ମନୋରଂଜନ

୭ ମାସରେ ୭ଥର କରୋନା ଟେଷ୍ଟ କରାଇଲେ ମୌନୀ ରୟ, ଜାଣନ୍ତୁ କାହିଁକି?

ବଲିଉଡ ଅଭିନେତ୍ରୀ ମୌନୀ ରୟ ୭ମାସରେ ୭ଥର କରୋନା ଟେଷ୍ଟ କରିଛନ୍ତି। ଏନେଇ ସେ କହିଛନ୍ତି, ସୁଟିଂ ସମୟରେ ପ୍ରତ୍ୟେକ ସପ୍ତାହରେ କାଷ୍ଟ ଏବଂ କ୍ରୁ ର କରୋନା ଟେଷ୍ଟ କରାଯାଉଥିଲା। କାରଣ ଯେପରି ସମସ୍ତେ ସୁରକ୍ଷିତ ରୁହନ୍ତୁ। ଏନେଇ ମୌନୀ ମଧ୍ୟ କହିଛନ୍ତି ଏହା ବହୁତ କଷ୍ଟକର ଏବଂ ଯନ୍ତ୍ରଣାଦାୟକ। କିନ୍ତୁ ଟେଷ୍ଟ କରିବା ମଧ୍ୟ ନିହାତି ଜରୁରୀ।

ସୂଚନା ମୁତାବକ ଗତ କିଛି ଦିନ ତଳେ ମୌନୀ ରୟ ନିଜର ୩୫ତମ ଜନ୍ମଦିନ ମାଳଦ୍ୱୀପରେ ସେଲିବ୍ରେଟ କରିଥିଲେ। ସେ ନିଜର େଓ୍ଵବ ସିରିଜ୍‌ କୁ ନେଇ ଖୁବ୍‌ ଖୁସି ମଧ୍ୟ ଅଛନ୍ତି। ସେ ନିଜର ସିରିଜ୍‌ କୁ ଲଣ୍ଡନ କନଫିଡେଂସିଆଲର ସୁଟିଂ ଲଣ୍ଡନରେ ଶେଷ କରିଛନ୍ତି। ଏହି ସିରିଜ୍‌ କ୍ରାଇମ୍‌ ଏବଂ ଥ୍ରିଲର୍‌ ରେ ଭରପୂର। ଏଥିରେ ମୌନୀ ରୟ ଚମତ୍କାର ଅଭିନୟ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ମୌନୀ ରୟ ଟିଭିରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିବା ପରେ ବଲିଉଡରେ ମଧ୍ୟ ନିଜର ନାଁ କମାଇଛନ୍ତି। ସେ ଅକ୍ଷୟ କୁମାରଙ୍କ ଫିଲ୍ମ ଗୋଲ୍ଡ ରୁ ବଲିଉଡ୍‌ ରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ମୌନୀ ରଣବୀର କପୁରଙ୍କ ସହ ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବେ। ଏସବୁ ବ୍ୟତୀତ ମୌନୀ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହିବା ସହ ନିଜର ଗ୍ଲାମରିୟସ୍‌ ଲୁକ୍‌ କୁ ନେଇ ସର୍ବଦା ସୋସିଆଲ ମିଡିଆରେ ଫଟୋ ସେୟାର କରିଥାନ୍ତି।

KNews Bureau

Recent Posts

ବଢ଼ିବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଲୁଟିନେଲେ ୧୫ ଲକ୍ଷ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ସାଇବର…

6 mins ago

ବଢିବାରେ ଲାଗିଛି ମେଡ୍‌ ଇନ୍‌ ଇଣ୍ଡିଆ ଆଇଫୋନ୍‌ର ଚାହିଦା, ଦୁଇଗୁଣା ହୋଇଛି ଏକ୍ସପୋର୍ଟ ହାର

ଭାରତରେ ତିଆରି ଆଇଫୋନ୍ ସାରା ବିଶ୍ୱରେ ବହୁତ ଚାହିଦା ରହିଛି । ତେବେ ଏପ୍ରିଲ୍ ଏବଂ ମେ ମାସରେ ଭାରତରୁ…

6 mins ago

SGPGI ଲକ୍ଷ୍ନୌରେ ଚାକିରି ସୁଯୋଗ, ୨୫ ଜୁନ୍‌ ପୂର୍ବରୁ କରନ୍ତୁ ଆବେଦନ

ସଂଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଲକ୍ଷ୍ନୌରେ ବହୁତ ପଦବୀ ଖାଲିପଡିଛି । ଏଥିପାଇଁ ରେଜିଷ୍ଟ୍ରେସନ…

23 mins ago

ଆମେରିକା: ଫୁଡ୍‌ କୋର୍ଟରେ ୩ ଜଣଙ୍କୁ ଆଖିବୁଜା ଗୁଳି, ପୋଲିସ କାର୍ଯ୍ୟାନୁଷ୍ଠାନରେ ବନ୍ଧୁକଧାରୀ ଆହତ

ଆମେରିକାର ଅଟଲାଣ୍ଟା ସହରରେ ଏକ ଫୁଡ୍‌ କୋର୍ଟରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଠାରେ ମଙ୍ଗଳବାର ଅପରାହ୍ନରେ ଏକ ବନ୍ଧୁକଧାରୀ…

25 mins ago

ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ବିଜେପି ସରକାରର ଶପଥ ଗ୍ରହଣ ସମାରୋହ। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ…

41 mins ago

ଟି୨୦ ବିଶ୍ୱକପ ୨୦୨୪: ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଲେ ନାମ୍ବିଆ ଏବଂ ଓମାନ, ସୁପର-୮ରୁ ବାଦ୍‌

ଟି୨୦ ବିଶ୍ୱକପ ୨୦୨୪ରେ ଏପର୍ଯ୍ୟନ୍ତ ୨୪ ମ୍ୟାଚ ଖେଳ ସାରିଲାଣି । ଚଳିତ ଟୁର୍ଣ୍ଣାମେଣ୍ଟରେ ୨୦ଟି ଟିମ୍‌ ଖେଳୁଛି ।…

46 mins ago