୭ ମାସରେ ୭ଥର କରୋନା ଟେଷ୍ଟ କରାଇଲେ ମୌନୀ ରୟ, ଜାଣନ୍ତୁ କାହିଁକି?

ବଲିଉଡ ଅଭିନେତ୍ରୀ ମୌନୀ ରୟ ୭ମାସରେ ୭ଥର କରୋନା ଟେଷ୍ଟ କରିଛନ୍ତି। ଏନେଇ ସେ କହିଛନ୍ତି, ସୁଟିଂ ସମୟରେ ପ୍ରତ୍ୟେକ ସପ୍ତାହରେ କାଷ୍ଟ ଏବଂ କ୍ରୁ ର କରୋନା ଟେଷ୍ଟ କରାଯାଉଥିଲା। କାରଣ ଯେପରି ସମସ୍ତେ ସୁରକ୍ଷିତ ରୁହନ୍ତୁ। ଏନେଇ ମୌନୀ ମଧ୍ୟ କହିଛନ୍ତି ଏହା ବହୁତ କଷ୍ଟକର ଏବଂ ଯନ୍ତ୍ରଣାଦାୟକ। କିନ୍ତୁ ଟେଷ୍ଟ କରିବା ମଧ୍ୟ ନିହାତି ଜରୁରୀ।

ସୂଚନା ମୁତାବକ ଗତ କିଛି ଦିନ ତଳେ ମୌନୀ ରୟ ନିଜର ୩୫ତମ ଜନ୍ମଦିନ ମାଳଦ୍ୱୀପରେ ସେଲିବ୍ରେଟ କରିଥିଲେ। ସେ ନିଜର େଓ୍ଵବ ସିରିଜ୍‌ କୁ ନେଇ ଖୁବ୍‌ ଖୁସି ମଧ୍ୟ ଅଛନ୍ତି। ସେ ନିଜର ସିରିଜ୍‌ କୁ ଲଣ୍ଡନ କନଫିଡେଂସିଆଲର ସୁଟିଂ ଲଣ୍ଡନରେ ଶେଷ କରିଛନ୍ତି। ଏହି ସିରିଜ୍‌ କ୍ରାଇମ୍‌ ଏବଂ ଥ୍ରିଲର୍‌ ରେ ଭରପୂର। ଏଥିରେ ମୌନୀ ରୟ ଚମତ୍କାର ଅଭିନୟ କରିଛନ୍ତି।

mouni royରିପୋର୍ଟ ଅନୁଯାୟୀ, ମୌନୀ ରୟ ଟିଭିରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିବା ପରେ ବଲିଉଡରେ ମଧ୍ୟ ନିଜର ନାଁ କମାଇଛନ୍ତି। ସେ ଅକ୍ଷୟ କୁମାରଙ୍କ ଫିଲ୍ମ ଗୋଲ୍ଡ ରୁ ବଲିଉଡ୍‌ ରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ମୌନୀ ରଣବୀର କପୁରଙ୍କ ସହ ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବେ। ଏସବୁ ବ୍ୟତୀତ ମୌନୀ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହିବା ସହ ନିଜର ଗ୍ଲାମରିୟସ୍‌ ଲୁକ୍‌ କୁ ନେଇ ସର୍ବଦା ସୋସିଆଲ ମିଡିଆରେ ଫଟୋ ସେୟାର କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.