ତଦନ୍ତରେ ସହଯୋଗ କରୁନାହାନ୍ତି ଜଗି ମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇ, ଷ୍ଟୁଡିଓ ଗେଟ୍‌ ଆଗରେ ନୋଟିସ ମାରିଲା ପୋଲିସ୍

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅରେ OTV ସଂସ୍ଥା ଜମି ହଡ଼ପ ଅଭିଯୋଗ ମାମଲାରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ। ଆରମ୍ଭ ହୋଇଛି OTV ଷ୍ଟୁଡିଓର ପାଚେରୀ ଭଙ୍ଗା କାର୍ଯ୍ୟ । ପୋଖରୀ ଓ ଚାଷଜମିକୁ ବାଟ ନ ଛାଡିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଅନ୍ୟପଟେ ବାଘମାରୀ ଥାନାରେ ଦୁଇଟି ମାମଲା ରୁଜୁ ପରେ ତଦନ୍ତ ଜୋରଦାର କରାଯାଇଛି । ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ସାରୁଅରେ OTV ଷ୍ଟୁଡିଓକୁ ଭିତରକୁ ଯାଇଛି । ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ବାପା, ଭାଇଙ୍କୁ ପଚରାଉଚରା କରିବାକୁ ଯାଇଥିବା ବେଳେ ସେମାନେ ସହଯୋଗ କରୁନଥିବା ଜଣାପଡିଛି । ଏହାପରେ ଷ୍ଟୁଡିଓ ଗେଟ୍‌ ଆଗରେ ଏକ ନୋଟିସ ମାରିଛି ପୋଲିସ । ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବାକୁ ପ୍ରୋଜେକ୍ଟ ସାଇଟ୍‌ ଇଞ୍ଜିନିୟର ଅନିରୁଦ୍ଧ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.