Below header

ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ, ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ଠାବ କରିଥିଲା ଭିଜିଲାନ୍ସ

ବ୍ରହ୍ମପୁର: ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ । ଗତକାଲି ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ଘରୁ ୪ କୋଟି ୯୩ ଲକ୍ଷ ୯୭ ହଜାର ଟଙ୍କାର ସମ୍ପତି ଠାବ କରିଥିଲା ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ପୃକ୍ତ ଶିକ୍ଷକଙ୍କର ୫ଟି ସ୍ଥାନରେ ଚଢ଼ାଉ କରିଥିଲା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଅଛନ୍ତି ଭୁବନାନନ୍ଦ ସାହୁ । ବ୍ରହ୍ମପୁର ବ୍ରହ୍ମ ନଗରରେ ୫ ମହଲା ଘର, ବୈକୁଣ୍ଠ ନଗରରେ ୩ ମହଲା ଘର, ପୁରୀ, ଭୁବନେଶ୍ୱର ଓ ଗୋପାଳପୁରରେ ଆପାର୍ଟମେଣ୍ଟ ୧୦ଟି ପ୍ଲଟ, ୨୦ ଲକ୍ଷ ଟଙ୍କାର ଏଲଆଇସି ଡ଼ିପୋଜିଟ, ୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ଠାବ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.