Below header

ବିବାହ କରିବାକୁ ଯାଉଥିବା ଆଦିତ୍ୟ ନାରାୟଣ ଭୋଗୁଛନ୍ତି ଆର୍ଥିକ ସମସ୍ୟା, ଆକାଉଣ୍ଟରେ ବଳିଛି ମାତ୍ର ୧୮,୦୦୦ ଟଙ୍କା

ଏଣ୍ଟରଟେନମେଣ୍ଟ ହୋଷ୍ଟ ଆଦିତ୍ୟ ନାରାୟଣ ବର୍ତ୍ତମାନ ନିଜ ପ୍ରେମକୁ ନେଇ ମୁଁହ ଖୋଲିଛନ୍ତି। ଏବେ ସେ ଶ୍ୱେତା ଅଗ୍ରୱାଲଙ୍କୁ ନିଜ ଜୀବନସାଥୀ କରିବାକୁ ଯାଉଛନ୍ତି ଏବଂ ଦୁହେଁ ୧୦ ବର୍ଷ ହେବ ଏକାଠି ଥିବା କହିଛନ୍ତି। କିନ୍ତୁ ଏହି କରୋନା ମହାମାରୀ ଭିତରେ ଆଦିତ୍ୟ ନିଜ ଆର୍ଥିକ ସ୍ଥିତିକୁ ନେଇ ବି ଚର୍ଚ୍ଚାରେ ରହିଛନ୍ତି। ଏ ବିଷୟରେ ସେ ଖୁଲମଖୁଲା କଥା ହୋଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୧୮,୦୦୦ ଟଙ୍କା ବଳକା ପଡ଼ିଛି। ଯଦି ଆଗକୁ ଏମିତି ରହିବ, ତା’ ହେଲେ ତାଙ୍କୁ ବଞ୍ଚି ରହିବା ପାଇଁ ନିଜ ବାଇକ ବିକିବାକୁ ପଡ଼ିବ।

2

ଆଦିତ୍ୟ ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ଯଦି ସରକାର ଲକଡାଉନ ଆଗକୁ ବଢାଇବେ, ତେବେ ଲୋକେ ଭୋକରେ ମରିଯିବେ। ମୋର ସମ୍ପୂର୍ଣ୍ଣ ଜମା ରାଶି ସରିଯାଇଛି। ଯେତିକି ବି ପଇସା ମୁଁ ମ୍ୟୁଚୁଆଲ ଫଣ୍ଡରେ ଲଗାଇଥିଲି, ମୋତେ ସେ ସବୁକୁ ଉଠାଇ ଆଣିବାକୁ ପଡ଼ିଛି। କାହିଁକି ନା, କେହି ପ୍ଲାନ କରି ନ ଥିଲେ କି ମୁଁ ଏକ ବର୍ଷ ଯାଏ କାମ କରିବିନି। କେହି ମଧ୍ୟ ଏହି ପ୍ରକାର ଯୋଜନା କରି ନ ଥାଏ, ଯେ ପର୍ଯ୍ୟନ୍ତ ଆପଣ ଜଣେ ଅରବପତି ନ ହୋଇଛନ୍ତି। ଏଥିପାଇଁ କୌଣସି ଚାନ୍ସ ନାହିଁ। ଯେମିତି ମୋ ଖାତାରେ ଏବେ ୧୮,୦୦୦ ଟଙ୍କା ବଳକା ଅଛି’।

3

ସେ ଆହୁରି କହିଥିଲେ, ‘ଯଦି ଅକ୍ଟୋବର ପର୍ଯ୍ୟନ୍ତ କାମ ଆରମ୍ଭ କରିବିନି, ତା’ହେଲେ ମୋ ପାଖରେ ପଇସା ରହିବନି। ମୋତେ ମୋ ବାଇକ କିମ୍ବା ଆଉ କିଛି ବିକିବାକୁ ପଡ଼ିବ। ଏହା ବାସ୍ତବରେ କଷ୍ଟକର। ଆପଣଙ୍କୁ କିଛି କଠିନ ପଦକ୍ଷେପ ନେବାକୁ ପଡ଼ିଥାଏ। ଯେତେବେଳେ ଆପଣ କିଛି କଠିନ ପଦକ୍ଷେପ ନିଅନ୍ତି, ତ କିଛି ଲୋକ ଆପଣଙ୍କୁ କହିବେ କି, ଏହି ନିଷ୍ପତ୍ତି ଭୁଲ’। କହି ରଖୁଛୁ, ଆଦିତ୍ୟ ନାରାୟଣ ସବୁଠାରୁ ଅଧିକ ପସନ୍ଦର ହୋଷ୍ଟ ମଧ୍ୟରୁ ଜଣେ। ସେ ‘Khatron Ke Khiladi 9’ର ଫାଇନାଲିଷ୍ଟ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.