Below header

ସୁଶାନ୍ତଙ୍କ ମୃତ୍ୟୁକୁ ପୁରିଲା ଚାରି ମାସ, ଭଉଣୀ ଶ୍ୱେତା ସିଂ ସୋସିଆଲ ମିଡିଆରେ ସେୟାର କଲେ ତାଙ୍କର ଅନସିନ ଭିଡିଓ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର 4 ମାସ ବିତିଗଲା । ଜୁନ୍ 14 ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ଫ୍ଲାଟରୁ ମିଳିଥିଲା। ଦେଶର ତିନୋଟି ପ୍ରମୁଖ ଯାଞ୍ଚ ଏଜେନ୍ସି ଏହି ମାମଲାର ସମାଧାନ ପାଇଁ ନିୟୋଜିତ ଅଛନ୍ତି। ଅନ୍ୟପକ୍ଷରେ, ସୁଶାନ୍ତଙ୍କ ମୃତ୍ୟୁର 4 ମାସ ପରେ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କ ଭାଇଙ୍କୁ ମନେ ପକାଇ ଏକ ଅନସିନ ଭିଡିଓ ପୋଷ୍ଟ କରିଛନ୍ତି।

ଏହି ଭିଡିଓ ସେୟାର କରି ଶ୍ୱେତା କ୍ୟାପସନରେ ଲେଖିଛନ୍ତି, ‘ଏକ ସତ ପ୍ରେରଣା।’ ଭିଡିଓରେ ସୁଶାନ୍ତ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓରେ ସେ ଅତ୍ୟଧିକ ଝାଳ ବୁହାଉଥିବା ଏବଂ ବହୁତ ବ୍ୟାୟାମ କରୁଥିବା ଦେଖାଯାଉଛି । ସେ ଥଣ୍ଡା ଏବଂ କୁହୁଡି ମଧ୍ୟରେ ଦୌଡିବା ସହିତ ସ୍କିପିଙ୍ଗ୍ କରୁଛନ୍ତି । ସୁଶାନ୍ତଙ୍କ ଲୁକକୁ ଦେଖିଲେ ଲାଗୁଛି ଯେ ସେ ତାଙ୍କ ଚରିତ୍ର ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରୀ ପାଇଁ ଏହା କରୁଛନ୍ତି ।

 

View this post on Instagram

 

A post shared by Shweta Singh kirti (SSK) (@shwetasinghkirti) on


ସୂଚନା ଅନୁଯାୟୀ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତୀ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଭାଇଙ୍କୁ ନ୍ୟାୟ ଦେବାକୁ ସବୁବେଳେ ନିବେଦନ କରନ୍ତି। ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ଶ୍ୱେତା ଏକ ନୂତନ ଅଭିଯାନ ଆରମ୍ଭ କରିଛନ୍ତି । ଏହି ନୂତନ ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମନ କି ବାତ ସହ ଜଡିତ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାର୍ତ୍ତା ପଠାଇବା ସହ କଥା ହେବା ପାଇଁ ଶ୍ୱେତା ସୁଶାନ୍ତଙ୍କ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.