ପିଲା ପଢୁଥିଲେ, ଘରର ମହିଳା ରୋଷେଇ ଘରେ ଖାଇବା ତିଆରି କରିବାରେ ବ୍ୟସ୍ତ ରହୁଥିଲେ । ବୟସ୍କ ବ୍ୟକ୍ତି ନିଜ ସମବୟସ୍କ ଲୋକଙ୍କ ସହ କଥାବାର୍ତ୍ତାରେ ମସଗୁଲ୍ ଥିବା ବେଳେ ନିଜ ନିଜ କାମରେ ବ୍ୟସ୍ତ ଥିଲେ ଯୁବପିଢୀ । କିନ୍ତୁ ଯେମିତି ଦୁରଦର୍ଶନରେ ମୁକେଶ ଖାନ୍ନାଙ୍କ ଧାରାବାହିକ ଶକ୍ତିମାନ ଆରମ୍ଭ ହେବାର ସମୟ ହୋଇଯାଉଥିଲା ସମସ୍ତେ ନିଜ ନିଜ କାମ ଦାମ ଛାଡି ଟିଭି ସାମ୍ନାରେ ବସି ଯାଉଥିଲେ । ଆଜି ହେଉଛି ଶକ୍ତିମାନ ଭୂମିକାରେ ଅଭିନୟ କରିଥିବା ମୁକେଶ ଖନ୍ନାଙ୍କ ଜନ୍ମଦିନ । ପ୍ରତିବର୍ଷ ୨୩ ଜୁନରେ ନିଜର ଜନ୍ମଦିନ ପାଳନ କରନ୍ତି ମୁକେଶ ।
ତେବେ ଯେତିକି ଲୋକପ୍ରିୟତା ଶକ୍ତିମାନ ପାଇଥିଲା ଆଜି ଯାଏଁ କୌଣସି ଧାରାବାହିକ ସେତିକି ଲୋକପ୍ରିୟତା ପାଇ ନାହିଁ । ହେଲେ ନ ଚାହୁଁଥିଲେ ସୁଦ୍ଧା ଧାରାବାହିକକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ମୁକେଶ ଖାନ୍ନା । ଏବେ ପୁଣି ଥରେ ଦର୍ଶକଙ୍କ ପାଇଁ ଆସିଛି ଏକ ଖୁସି ଖବର । ପୁଣି ଥରେ ଛୋଟ ପରଦାରେ ଦେଖିବେ ବଡ଼ ଧାରାବାହିକ ଶକ୍ତିମାନ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ପ୍ରାୟ ଶେଷ ହୋଇସାରିଲାଣି । ଏକଥା ନିଜେ ନିଜେ ମୁକେଶ ଖନ୍ନା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ କେବଳ ଚର୍ଚ୍ଚା ନୁହେଁ ଅନେକ କଳଙ୍କ ମଧ୍ୟ ମୁଣ୍ଡାଇଛି ଶକ୍ତିମାନ୍ । ଏହି ଧାରାବାହିକ ବନ୍ଦ ହେବାର ଅନେକ କାରଣ ସାମ୍ନାକୁ ଆସିଥିଲା । ଯେମିତି କି ପିଲାମାନେ ଶକ୍ତିମାନ ପରି ଗୋଲ ଗୋଲ୍ ବୁଲି ଛାତରୁ ପଡି ଆହତ ହେଉଥିଲେ । ଏପରିକି କେତେ ଜଣଙ୍କ ଜୀବନ ମଧ୍ୟ ଚାଲିଯିବାର ଶୁଣିବାକୁ ମିଳିଥିଲା । କେହି ପିଲା ଛାତ ଉପରୁ ଡେଇଁ ପଡିଥିଲେ ତ ଆଉ କେହି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । କାରଣ ସେମାନେ ଭାବୁଥିଲେ ଯେ ଶକ୍ତିମାନ ସେମାନଙ୍କୁ ବଂଚାଇବାକୁ ଆସିବ ବୋଲି ।
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…
ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…
ରାୟଗଡ଼ା(କେନ୍ୟୁଜ୍): ବସ୍ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍ଷ୍ଟାଣ୍ଡରେ ଜଳିଗଲା ବସ୍ । ରାୟଗଡ଼ା ଜିଲ୍ଲା…
ପୁରୀ(କେନ୍ୟୁଜ୍): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…
ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…