Categories: ମନୋରଂଜନ

ଇଣ୍ଡିଆନ ଆଇଡଲ ଶୋ’ରେ ସମସ୍ତଙ୍କୁ ହସି ହସି ନାକେଦମ କରାଇଲେ ଓଡିଆ ପୁଅ ଜଗବନ୍ଧୁ, ଖାଇବାକୁ ମାଗିଲେ ଭାତ- ଡାଲମା

ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ କାର୍ଯ୍ୟକ୍ରମରେ ପୁଣି ଜଣେ ଓଡ଼ିଆ ପିଲାର ଅଦ୍ଭୁତ କାରନାମା ଦେଖିବାକୁ ମିଳିଛି। ନିଜ ପ୍ରତିଭା ଦେଖାଇବା ବଦଳରେ ସେ ଏମିତି ଅଦ୍ଭୁତ କାରନାମା ଦେଖାଇଥିଲେ ଯେ, ବିଚାରପିତିମାନେ ପାଗଳ ପ୍ରାୟ ହୋଇଯାଇଥିଲେ। ଆଉ ହସି ହସି ଗଡ଼ିଯାଇଥିଲେ। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଯାହାକୁ ଦେଖିଲେ ଆପଣ ମଧ୍ୟ ହସି ହସି ଗଡିଯିବେ। ଆଉ ସେ ହେଉଛନ୍ତି ଓଡିଶାର ଜଗବନ୍ଧୁ ଜେନା। କାର୍ଯ୍ୟକ୍ରମରେ ବିଚାରକମଣ୍ଡଳୀ ଥିବା ଅନୁ ମଲ୍ଲିକ ଯେତେବେଳେ ତାଙ୍କ ନାମ ପଚାରୁଛନ୍ତି ସେ କମିକ୍ ଷ୍ଟାଇଲରେ ଜଗବନ୍ଧୁ ଜେନା ବୋଲି କହୁଛନ୍ତି। ଆଉ ସାଙ୍ଗମାନେ ତାଙ୍କୁ ଜଗା ଡାକନ୍ତି ବୋଲି କହୁଛନ୍ତି। କାର୍ଯ୍ୟକ୍ରମରେ ଜଗା ବିଚିତ୍ର ପ୍ରକାର ଅଭିନୟ କରି ପାଣି ମାଗୁଛନ୍ତି।

ଆଉ ବିଚାରକ ନେହା କକ୍କର ଯେତେବେଳେ ତାଙ୍କୁ ମିଲ୍କସେକ୍‌ କିମ୍ବା ପାଓଭାଜି ଅଫର କରୁଛନ୍ତି ସେତେବେଳେ କୌତୁହଳ ଢଙ୍ଗରେ ଜଗା ଭାତ-ଡାଲି ମାଗୁଛନ୍ତି। ଯାହା ବେଶ ହାସ୍ୟରଳ ସୃଷ୍ଟି କରୁଛି। କାର୍ଯ୍ୟକ୍ରମରେ ଜଗାଙ୍କ ଏପରି ଅଭିନୟ ବେଶ ମନୋରଞ୍ଜନର ଖୋରାକ ଯୋଗାଇଥିଲା। କେବଳ ଏତିକି ନୁହେଁ ଜଗା ମଧ୍ୟ ସଲମାନ ଖାନ ପରି ନିଜ ଡ୍ରେସ ଖୋଲି ଦେଇଥିଲେ। ଯାହାକୁ ଦେଖି ସମସ୍ତେ ହସିଥିଲେ। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

3 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

5 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

6 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

7 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

8 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

8 hours ago