ଇଣ୍ଡିଆନ ଆଇଡଲ ଶୋ’ରେ ସମସ୍ତଙ୍କୁ ହସି ହସି ନାକେଦମ କରାଇଲେ ଓଡିଆ ପୁଅ ଜଗବନ୍ଧୁ, ଖାଇବାକୁ ମାଗିଲେ ଭାତ- ଡାଲମା

ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ କାର୍ଯ୍ୟକ୍ରମରେ ପୁଣି ଜଣେ ଓଡ଼ିଆ ପିଲାର ଅଦ୍ଭୁତ କାରନାମା ଦେଖିବାକୁ ମିଳିଛି। ନିଜ ପ୍ରତିଭା ଦେଖାଇବା ବଦଳରେ ସେ ଏମିତି ଅଦ୍ଭୁତ କାରନାମା ଦେଖାଇଥିଲେ ଯେ, ବିଚାରପିତିମାନେ ପାଗଳ ପ୍ରାୟ ହୋଇଯାଇଥିଲେ। ଆଉ ହସି ହସି ଗଡ଼ିଯାଇଥିଲେ। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଯାହାକୁ ଦେଖିଲେ ଆପଣ ମଧ୍ୟ ହସି ହସି ଗଡିଯିବେ। ଆଉ ସେ ହେଉଛନ୍ତି ଓଡିଶାର ଜଗବନ୍ଧୁ ଜେନା। କାର୍ଯ୍ୟକ୍ରମରେ ବିଚାରକମଣ୍ଡଳୀ ଥିବା ଅନୁ ମଲ୍ଲିକ ଯେତେବେଳେ ତାଙ୍କ ନାମ ପଚାରୁଛନ୍ତି ସେ କମିକ୍ ଷ୍ଟାଇଲରେ ଜଗବନ୍ଧୁ ଜେନା ବୋଲି କହୁଛନ୍ତି। ଆଉ ସାଙ୍ଗମାନେ ତାଙ୍କୁ ଜଗା ଡାକନ୍ତି ବୋଲି କହୁଛନ୍ତି। କାର୍ଯ୍ୟକ୍ରମରେ ଜଗା ବିଚିତ୍ର ପ୍ରକାର ଅଭିନୟ କରି ପାଣି ମାଗୁଛନ୍ତି।
ଆଉ ବିଚାରକ ନେହା କକ୍କର ଯେତେବେଳେ ତାଙ୍କୁ ମିଲ୍କସେକ୍ କିମ୍ବା ପାଓଭାଜି ଅଫର କରୁଛନ୍ତି ସେତେବେଳେ କୌତୁହଳ ଢଙ୍ଗରେ ଜଗା ଭାତ-ଡାଲି ମାଗୁଛନ୍ତି। ଯାହା ବେଶ ହାସ୍ୟରଳ ସୃଷ୍ଟି କରୁଛି। କାର୍ଯ୍ୟକ୍ରମରେ ଜଗାଙ୍କ ଏପରି ଅଭିନୟ ବେଶ ମନୋରଞ୍ଜନର ଖୋରାକ ଯୋଗାଇଥିଲା। କେବଳ ଏତିକି ନୁହେଁ ଜଗା ମଧ୍ୟ ସଲମାନ ଖାନ ପରି ନିଜ ଡ୍ରେସ ଖୋଲି ଦେଇଥିଲେ। ଯାହାକୁ ଦେଖି ସମସ୍ତେ ହସିଥିଲେ। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।