Below header

ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲଂଘନ, ଦୁଇ ଜଣ ଯବାନ ସହିଦ ଜଣେ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ

ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲଂଘନ । ଜମ୍ମୁ କଶ୍ମୀର କୁପଓ୍ଵାଡା ତଙ୍ଗାଧର ସେକ୍ଟରରେ ପାକିସ୍ତାନ ପକ୍ଷରୁ ଆଜି ଗୁଳିମାଡ଼ ହୋଇଛି । ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଜଣେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟ ଜୀବନ ଯାଇଛି । ତିନି ଜଣ ଲୋକ ଆହତ ହୋଇଛନ୍ତି । ଏହା ସହ ଗୁଳିମାଡ଼ ଯୋଗୁ କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଭାରତ ପକ୍ଷରୁ ଗୁଳିମାଡ଼ର ଜବାବ ଦିଆଯାଉଛି । କିଛି ଦିନ ହେବ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରୁଛି । ପାକିସ୍ତାନ ପକ୍ଷରୁ ତଙ୍ଗଧାର, ନୌଗାମ ଓ କୁପଓ୍ଵାଡାରେ ଲଗାତର ଗୁଳିମାଡ଼ କରାଯାଉଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.