ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଏବେ ଏନ୍‌ଜିଓ ପକ୍ଷରୁ ଯୋଗାଇ ଦିଆଯିବ ଡିଜେବଲ୍ ଫ୍ରେଣ୍ଡଲି ଭେହିକିଲ୍

ଦିବ୍ୟାଙ୍ଗ ଭୋଟରଙ୍କୁ ଘରୁ ଆଣିବା ଓ ଛାଡିବା ପାଇଁ ବ୍ୟବସ୍ଥା କରାଯିବ । ପ୍ରଥମ ଥର ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ପଦକ୍ଷେପ ଦିଆଯାଇଛି । ମୁମ୍ବାଇରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଟ୍ୟାକ୍ସି ଓ ଅଟୋରିକ୍ସା ଦ୍ୱାରା ଭୋଟରଙ୍କୁ ଆଣିବା ଓ ଛାଡିବା ପାଇଁ ବ୍ୟବସ୍ଥା ହେବେ । ଏକ ଏନ୍‌ଜିଓ ପକ୍ଷରୁ ଡିଜାବଲ୍ ଫ୍ରେଣ୍ଡଲି ଭେହିକିଲ୍ ଯୋଗାଇ ଦିଆଯିବ । ସେହିପରି ଦିବ୍ୟାଙ୍ଗ ଭୋଟରମାନେ ଯିବା ଆସିବା ପାଇଁ ବ୍ୟବସ୍ଥା କରିବାକୁ ଆପ୍ ମାଧ୍ୟମରେ ଜଣାଇପାରିବେ । ଭୋଟରମାନେ କିପରି ସହଜରେ ଯାଇ ଭୋଟ୍ ଦେଇପାରିବେ ସେଥିପାଇଁ ସାହାଯ୍ୟ କରିବାକୁ ପ୍ରତି ବୁଥ୍‌ରେ ଏକାଧିକ ସହାୟକ ରହିବେ । ଏହା ସହ ବୁଥ୍‌ରେ ରାମ୍ପର ବ୍ୟବସ୍ଥା ମଧ୍ୟ କରିବାକୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.