ମନୋରଂଜନ

ଓଲିଉଡର ଚୁଲବୁଲି ନାୟିକା ଗାର୍ଗୀ ବାଛିଲେ ଜୀବନସାଥୀ, ଲକଡାଉନରେ କଲେ ବିବାହ

କେନ୍ୟୁଜ୍(ବ୍ୟୁରୋ):  ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ନିଜ ପ୍ରିୟତମର ହାତ ଧରିଲେ ଓଲିଉଡର ଚୁଲବୁଲି ନାୟିକା ଗାର୍ଗୀ ମାହାନ୍ତି।  ନିଜର ବନ୍ଧୁ ରବିନ୍ଦ୍ରଙ୍କୁ ନିଜ ଜୀବନ ସାଥୀ ରୂପେ ବାଛିନେଇଛନ୍ତି। ଲକଡାଉନରେ ଦୁଇ ପରିବାରଙ୍କ ସମ୍ମତି କ୍ରମେ ଏହି ବିବାହା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅନେକ ଦିନରୁ ଗାର୍ଗୀଙ୍କ ଫ୍ୟାନମାନେ ଯେଉଁ ଜୀବନ ସାଥୀକୁ  ଦେଖିବାକୁ ଚାହୁଁଥିଲେ ଆଜି ତାଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ଗାର୍ଗୀ।

ଗାର୍ଗୀ ଅନେକ ଟିଭି ଧାରାବାହିକ ତଥା ଓଡିଆ ଚଳଚିତ୍ରରେ ଅଭିନୟ କରି ବହୁ ଖ୍ୟାତି ଅର୍ଜନ କରିଛନ୍ତି। ଅନେକ ଡକମେଣ୍ଟାରୀରେ ମଧ୍ୟ ଅଭିନୟ କରି ପୁରସ୍କତ ହୋଇଛନ୍ତି। ନିକଟରେ  କାଦମ୍ବିନୀ ମିଡିଆ ବ୍ୟାନରରେ ହିମାଂଶୁ ଖଟୁଆ ନିର୍ଦ୍ଦେଶିତ ଚଳଚିତ୍ର କ୍ରାନ୍ତିଧାରାରେ ମଧ୍ୟ ଗାର୍ଗୀ ଅଭିନୟ କରିଥିଲେ।

ପରେ ଏହି ସିନେମାଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ଗାର୍ଗୀଙ୍କ ବୈବାହିକ ଜୀବନ ଖୁସିମୟ ହେଉ ଓ ଭଗବାନ ତାଙ୍କ ଜୀବନରେ ଉତ୍ତରୋତ୍ତର ଉନ୍ନତି କରନ୍ତୁ ବୋଲି କାଦମ୍ବିନ ମିଡିଆ ଓ ହିମାଂଶୁ ଖଟୁଆଙ୍କ ତରଫରୁ ଶୁଭେଚ୍ଛା ଜଣାଯାଇଛି।

Sasmita

Recent Posts

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

21 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

37 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

44 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

49 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

53 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

1 hour ago