Categories: ମନୋରଂଜନ

୬୫ ବର୍ଷରେ ପାଦ ଦେଲେ ବଲିଉଡର ବରିଷ୍ଠ ଅଭିନେତା ପଙ୍କଜ କପୁର, ବାପାଙ୍କୁ ନେଇ ଏପରି ପ୍ରତିକ୍ରିୟା ରଖିଥିଲେ ପୁଅ ସାହିଦ

ବଲିଉଡର ଶ୍ରେଷ୍ଠ ଅଭିନେତା ପଙ୍କଜ କପୁର ଆଜି ତାଙ୍କର ୬୫ତମ ଜନ୍ମ ଦିନ ପାଳନ କରୁଛନ୍ତି। ପଙ୍କଜ କପୁର ଆର୍ଟ ଅଫ ଫିଲ୍ମରେ ଲୋକପ୍ରିୟ ଅଭିନେତା ଥିଲେ। ବଲିଉଡର ଛୋଟ ପରଦା ଠାରୁ ଆରମ୍ଭ କରି ବଡ଼ ପରଦା ସବୁଠି କାମ କରିଥିବା ପଙ୍କଜ କପୁର ସାହିଦ କପୂରଙ୍କ ପିତା। ଫିଲ୍ମ ‘ଗାନ୍ଧୀ’ ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତା ପଙ୍କଜ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଛାତ୍ର ଥିଲେ। ଏହି କାରଣରୁ ତାଙ୍କର ଅଧିକାଂଶ ସମୟ ଥିଏଟରରେ ବିତୁଥିଲା। ସେହି ସ୍କୁଲରେ ହିଁ ଅଭିନେତ୍ରୀ ଏବଂ ଡ୍ୟାନ୍ସର ନିଲୀମା ଅଜିମଙ୍କ ସହ ତାଙ୍କର ସାକ୍ଷାତ ହେବା ପରେ ଦୁଇ ଜଣ ବିବାହ କରିଥିଲେ। କିନ୍ତୁ ତାଙ୍କର ବୈବାହିକ ଜୀବନ ବେଶି ଦିନ ପର୍ଯ୍ୟନ୍ତ ରହିନଥିଲା କାରଣ ପଙ୍କଜ ମନରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ସୁପ୍ରିୟା ପାଠକ।

ପଙ୍କଜ କପୁର ତାଙ୍କର ପ୍ରଥମ ପତ୍ନୀ ଏବଂ ପୁଅ ସହ ଛାଡପତ୍ର ଦେବା ପରେ ମଧ୍ୟ ତାଙ୍କ ସହ ସମ୍ପର୍କରେ ଅଛନ୍ତି।କିନ୍ତୁ ତାଙ୍କର ନାତି, ନାତୁଣୀଙ୍କ ସହ ତାଙ୍କୁ ମିଶିବା ପାଇଁ ମନା କରାଯାଏ। ସାହିଦ କପୁର ତାଙ୍କର ଦ୍ବିତୀୟ ମା ଙ୍କ ସହ ମଧ୍ୟ ଭଲ ସମ୍ପର୍କ ରଖିଛନ୍ତି। କିନ୍ତୁ ସେ ତାଙ୍କ ବାପାଙ୍କର ଏହି ସ୍ବଭାବ ଦେଖି ଦ୍ବନ୍ଦରେ ପଡ଼ିଯାଇଥାନ୍ତି। ଏକ ସାକ୍ଷାତକାର ମାଧ୍ୟମରେ ସାହିଦ ତାଙ୍କ ପିତାଙ୍କର ଅଧିକ ରାଗ ଏବଂ ଅତ୍ୟଧିକ ପ୍ରୋଟେକ୍ଟ କରିବା ଏହି ଦୁଇଟି ଗୁଣ ପସନ୍ଦ କରିନଥାନ୍ତି ବୋଲି କହିଥିଲେ।

୨୯ ମଇ ୧୯୫୪ ମସିହାରେ ଲୁଧିଆନାରେ ଜନ୍ମ ଗ୍ରହଣ କରିଥିବା ପଙ୍କଜ ଫିଲ୍ମ ‘ଗାନ୍ଧୀ’ ରୁ ନିଜର ଯାତ୍ରା ଆରମ୍ଭ
କରିଥିଲେ। ଏହି ଫିଲ୍ମକୁ ୮ଟି ଓସ୍କାର ଆୱାର୍ଡ ମଧ୍ୟ ମିଳିଥିଲା। ଏହା ବ୍ୟତୀତ ଟିଭି ପରଦାର ଅଫିସ-ଅଫିସ ଭୂମିକାରେ ଅଭିନୟ କରୁଥିବା ପଙ୍କଜଙ୍କୁ ଲୋକମାନେ ସର୍ବଦା ମନେ ପକାଇଥାନ୍ତି। ଏଥିସହ ପଙ୍କଜ କପୁର ଫିଲ୍ମ ‘ମେ ପ୍ରେମ କି ଦିୱାନା ହୁଁ’, ‘ଧର୍ମ’, ‘ମକବୁଲ’ ଏବଂ ‘ଫାଇଡିଙ୍ଗ ଫନି’ ଭଳି ଅନେକ ଫିଲ୍ମରେ ସେ ନିଜର ସ୍ଥାନ ହାସଲ କରିବାରେ ସକ୍ଷମ ହୋଇପାରିଥିଲେ। ପୁଅ ସାହିଦଙ୍କ ସହ ଫିଲ୍ମ ‘ସାନଦାର’ ରେ ମଧ୍ୟ ପଙ୍କଜ ନଜର ଆସିଥିଲେ। ଏହା ବ୍ୟତୀତ ପଙ୍କଜ କପୁର ଏବଂ ସାହିଦ କପୂର ଫିଲ୍ମ ‘ମୌସମ’ରେ ମଧ୍ୟ ଏକାଠି କାମ କରିଥିଲେ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago