ନୂଆଦିଲ୍ଲୀ: କ୍ରମାଗତ ଭାବେ ବଢ଼ିଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର । ଗତ ୨୦ ତାରିଖ ପରଠାରୁ ଅର୍ଥାତ୍ ଗତ ୯ ଦିନ ହେବ ପେଟ୍ରୋଲ ଲିଟର ପିଛା ଦର ୮୩ ପଇସା ଓ ଡିଜେଲ ଦର ୭୩ ପଇସା ବଢ଼ିଛି। ପ୍ରତିଦିନ ତେଲ ଦର ବୃଦ୍ଧି ହେବାରେ ଲାଗିଛି। ଆଜି ପେଟ୍ରୋଲ୍ ଦର ୧୧ ପଇସା ଓ ଡିଜେଲ ୫ ପଇସା ବଢ଼ିଛି। ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ୍ ଦର ୭୧ ଟଙ୍କା ୮୬ ପଇସା ରହିଥିବା ବେଳେ ଡିଜେଲ ଦର ୬୬ ଟଙ୍କା ୬୯ ପଇସା ରହିଛି।
ସୂଚନା ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ତେଲ କଂପାନିଗୁଡ଼ିକ ଏପ୍ରିଲ୍ ଓ ମେ’ ମାସରେ ପ୍ରାୟତଃ ଦର ବୃଦ୍ଧି କରିନଥିଲେ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦରରେ ବୃଦ୍ଧି ସତ୍ତ୍ବେ ସେମାନେ ଦର ବଢ଼ାଇନଥିଲେ। ଯାହାଫଳରେ କଂପାନିଗୁଡ଼ିକକୁ ବିପୁଳ ପରିମାଣର କ୍ଷତି ସହିବାକୁ ପଡିଥିଲା। ନିର୍ବାଚନ ଶେଷ ହେବା ପରେ ସେମାନେ ଉକ୍ତ କ୍ଷତିକୁ ଭରଣା କରିବା ପାଇଁ ପ୍ରତିଦିନ ତେଲ ଦରରେ ୮-୧୫ ପଇସା ପର୍ଯ୍ୟନ୍ତ ବୃଦ୍ଧି କରୁଥିବା ଜଣାପଡିଛି।
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…
ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…