ବଢ଼ିଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର, ୯ ଦିନରେ ପେଟ୍ରୋଲ ଲିଟର ପିଛା ୮୩ ପଇସା ଓ ଡିଜେଲ ୭୩ ପଇସା ବୃଦ୍ଧି

ନୂଆଦିଲ୍ଲୀ: କ୍ରମାଗତ ଭାବେ ବଢ଼ିଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର । ଗତ ୨୦ ତାରିଖ ପରଠାରୁ ଅର୍ଥାତ୍ ଗତ ୯ ଦିନ ହେବ ପେଟ୍ରୋଲ ଲିଟର ପିଛା ଦର ୮୩ ପଇସା ଓ ଡିଜେଲ ଦର ୭୩ ପଇସା ବଢ଼ିଛି। ପ୍ରତିଦିନ ତେଲ ଦର ବୃଦ୍ଧି ହେବାରେ ଲାଗିଛି। ଆଜି ପେଟ୍ରୋଲ୍ ଦର ୧୧ ପଇସା‌ ଓ ଡିଜେଲ ୫ ପଇସା ବଢ଼ିଛି। ଦିଲ୍ଲୀରେ ବର୍ତ୍ତମାନ ପେ‌ଟ୍ରୋଲ୍ ଦର ୭୧ ଟଙ୍କା ୮୬ ପଇସା ରହିଥିବା ବେଳେ ଡିଜେଲ ଦର ୬୬ ଟଙ୍କା ୬୯ ପଇସା ରହିଛି।

petrol
.

ସୂଚନା ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ତେଲ କଂପାନିଗୁଡ଼ିକ ଏପ୍ରିଲ୍ ଓ ମେ’ ମାସରେ ପ୍ରାୟତଃ ଦର ବୃଦ୍ଧି କରିନଥିଲେ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦରରେ ବୃଦ୍ଧି ସତ୍ତ୍ବେ ସେମାନେ ଦର ବଢ଼ାଇନଥିଲେ। ଯାହାଫଳରେ କଂପାନିଗୁଡ଼ିକକୁ ବିପୁଳ ପରିମାଣର କ୍ଷତି ସହିବାକୁ ପଡିଥିଲା। ନିର୍ବାଚନ ଶେଷ ହେବା ପରେ ସେମାନେ ଉକ୍ତ କ୍ଷତିକୁ ଭରଣା କରିବା ପାଇଁ ପ୍ରତିଦିନ ତେଲ ଦରରେ ୮-୧୫ ପଇସା ପର୍ଯ୍ୟନ୍ତ ବୃଦ୍ଧି କରୁଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.