ଏହି ମନ୍ଦିରରେ ବିରାଜିତ ୧୦୦୦ ବର୍ଷ ପୁରୁଣା ଗୋବର ଗଣେଶ ମୂର୍ତ୍ତି, ଜାଣନ୍ତୁ ଏହାର ରହସ୍ୟ

ହିନ୍ଦୁ ଧର୍ମରେ ସର୍ବଶ୍ରେଷ୍ଠ ଦେବତା ହେଉଛନ୍ତି ଭଗବାନ ଗଣେଷ। କୌଣସି ପୂଜା କାର୍ଯ୍ୟ ଭଗବାନ ଶିବଙ୍କ ଉପାସନାରୁ ହିଁ ଆରମ୍ଭ ହୋଇଥାଏ। ଭାରତରେ ଭଗବାନ ଗଣେଶଙ୍କର ଅନେକ ପ୍ରସିଦ୍ଧ ମନ୍ଦିର ରହିଛି। କିନ୍ତୁ ଏହି ମନ୍ଦିର ମାନଙ୍କ ମଧ୍ୟରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଗୋବରରେ ତିଆରି ଭଗବାନ ଗଣେଶଙ୍କ ମୂର୍ତ୍ତି ବିରାଜମାନ। ଏହି ମନ୍ଦିର ମଧ୍ୟପ୍ରଦେଶର ମହେଶ୍ବରରେ ଅବସ୍ଥିତ। ଏହି ମନ୍ଦିରରେ ଅବସ୍ଥିତ ଭଗବାନ ଗଣେଶଙ୍କ ମୂର୍ତ୍ତି ହଜାର ବର୍ଷ ପୁରୁଣା ବୋଲି ମାନ୍ୟତା ରହିଛି। ଏହି ମନ୍ଦିରରେ ଭଗବାନଙ୍କଉ ଗୋଟିଏ ନଡ଼ିଆ ଅର୍ପଣ କରି ପ୍ରସନ୍ନ କରାଯାଇଥାଏ।

gobar ganeshପ୍ରାୟତଃ ପୂଜା-ପାଠ ସମୟରେ ଗୋବରରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥାଏ। କାରଣ ମାଟି ଏବଂ ଗୋବରରେ ତିଆରି ହୋଇଥିବା ମୂର୍ତ୍ତି ପଞ୍ଚ ତତ୍ତ୍ବର ଅଧିକାରୀ। ଏବଂ ବିଶେଷକରି ଗୋବରରେ ଧନର ଦେବୀ ମା ଲକ୍ଷ୍ମୀ ବାସ କରିଥାନ୍ତି। ଏହି କାରଣରୁ ଏହି ମନ୍ଦିରରେ ଭଗବାନ ଗଣେଶଙ୍କ ଦର୍ଶନ କରିବା ସହ ମାତା ଲକ୍ଷ୍ମୀଙ୍କର କୃପା ମଧ୍ୟ ପ୍ରାପ୍ତି ହୋଇଥାଏ। ମନ୍ଦିରର ଶୋଭା ମଧ୍ୟ ଲୋକମାନଙ୍କୁ ଆକର୍ଷିତ କରିଥାଏ। ମନ୍ଦିରର ବାହାରର ଆକାର ମସଜ୍ଜିଦ ପରି ଦେଖାଯାଉଥିବା ବେଳେ ଭିତରର ଆକାର ଲକ୍ଷ୍ମୀ ଯନ୍ତ୍ର ପରି ଦୃଶ୍ୟମାନ ହୋଇଥାଏ। ଔରଙ୍ଗଜେବଙ୍କ ଶାସନ କାଳରେ ଏହି ମନ୍ଦିରକୁ ଭାଙ୍ଗି ମସଜ୍ଜିଦ ନିର୍ମାଣ କରିବା ପାଇଁ ଚେଷ୍ଟା କରାଯାଇଥିବାରୁ ଏହି ମନ୍ଦିରର ବାହାର ଆକାର ଏପରି ରହିଛି ବୋଲି ଉଲ୍ଲେଖ ରହିଛି।

ganesh-templeଏହି ମନ୍ଦିରରେ ଭଗବାନ ଗଣେଶ ତାଙ୍କର ଦୁଇ ପତ୍ନୀ ରିଦ୍ଧି ଏବଂ ସିଦ୍ଧି ସହ ବିରାଜମାନ କରିଛନ୍ତି। ଭକ୍ତମାନଙ୍କ କହିବା ଅନୁଯାୟୀ ଏଠାରେ ବିରାଜିତ ଭଗବାନ ଗଣପତି ଭକ୍ତମାନଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି।
ଏହା ବ୍ୟତୀତ ଏହି ମନ୍ଦିରରେ ଏକ ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଥାଏ। ଏଠାରେ ଭକ୍ତମାନେ ଓ ଲଟା ସ୍ବସ୍ତିକ କରି ଭଗବାନଙ୍କ ଦିକଟକୁ ଆସିଥାନ୍ତି ଏବଂ ମନସ୍କାମନା ପୂରଣ ହେବା ପରେ ସିଧା ସ୍ବସ୍ତିକ କରିଥାନ୍ତି। ବର୍ଷକ ୧୨ ମାସ ସର୍ବଦା ଏହି ମନ୍ଦିରରେ ଭକ୍ତମାନଙ୍କ ଭିଡ ଲାଗିରହିଥାଏ। କିନ୍ତୁ ଗଣେଶ ଉତ୍ସବ ଏବଂ ଦୀପାବଳି ସମୟରେ ଅଧିକା ଭିଡ ଦେଖିବାକୁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.