ଡାକ୍ତରୀ ଛାତ୍ରୀ ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା ମାମଲା, ତିନି ଅଭିଯୁକ୍ତା ଡାକ୍ତରାଣୀଙ୍କୁ ଗିରଫ କଲା ପୁଲିସ

ମୁମ୍ବାଇ: ଡାକ୍ତରୀ ଛାତ୍ରୀ ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା ମାମଲା ।  ସମ୍ପୃକ୍ତ ତୃତୀୟ ଅଭିଯୁକ୍ତା ଡାକ୍ତର ଅଙ୍କିତା ଖଣ୍ଡେଲ୍‌ଓ୍ଵାଲ୍‌ଙ୍କୁ ଆଜି ପୁଲିସ ଗିରଫ କରିବାରେ ସଫଳ ହୋଇଛି । ମଙ୍ଗଳବାର ଦିନ ଅନ୍ୟ ଦୁଇ ଅଭିଯୁକ୍ତା ଡାକ୍ତର ଭକ୍ତି ମେହରେ ଏବଂ ହେମା ଆହୁଜାଙ୍କୁ ଗିରଫ କରିଯାଇଥିଲା। ଗତକାଲି ସନ୍ଧ୍ୟାବେଳେ ସେସନ୍‌ କୋର୍ଟରେ ଭକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ରାତିରେ ହେମାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଥିଲା। ମୁମ୍ବାଇର ବିଓ୍ଵାଇଏଲ୍‌ ନାୟର୍‌ ହସ୍‌ପିଟାଲ୍‌ ଏହି ମାମଲାରେ ସମ୍ପୃକ୍ତି ସ୍ତ୍ରୀରୋଗ ବିଭାଗର ମୁଖ୍ୟ ଏବଂ ଅନ୍ୟ ତିନି ଜଣ ଡାକ୍ତରଙ୍କୁ ନିଲମ୍ବିତ କରିଥିଲା।

ସୂଚନା ଅନୁଯାୟୀ ପାୟଲ୍‌ ତଡ଼ଓ୍ଵି ଜଲଗାଓଁର ମୁସଲ୍‌ମାନ ଜନଜାତିର ସଦସ୍ୟା ଥିବା ବେଳେ ସେ ସ୍ତ୍ରୀରୋଗ ଓ ପ୍ରସୂତୀ ବିଭାଗରେ  ଦ୍ୱିତୀୟ ବାର୍ଷିକ ସ୍ନାତକୋତ୍ତର ଛାତ୍ରୀ ଥିଲେ। ତେବେ ବର୍ଣ୍ଣବୈଷମ୍ୟତାରେ ଶିକାର ହୋଇ ମେ ୨୭ ତାରିଖ ଦିନ ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି। ଅନ୍ୟପଟେ ସେ ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ଅଭିଯୁକ୍ତା ଡାକ୍ତରାଣୀମାନେ ତାଙ୍କୁ ତାଚ୍ଛଲ୍ୟ କରୁଥିଲେ ବୋଲି ପାୟଲ୍‌ ଙ୍କ ପରିବାର ମଧ୍ୟ ଅଭିଯୋଗ କରିଛନ୍ତି।

 

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

59 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago