ଡାକ୍ତରୀ ଛାତ୍ରୀ ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା ମାମଲା, ତିନି ଅଭିଯୁକ୍ତା ଡାକ୍ତରାଣୀଙ୍କୁ ଗିରଫ କଲା ପୁଲିସ

ମୁମ୍ବାଇ: ଡାକ୍ତରୀ ଛାତ୍ରୀ ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା ମାମଲା ।  ସମ୍ପୃକ୍ତ ତୃତୀୟ ଅଭିଯୁକ୍ତା ଡାକ୍ତର ଅଙ୍କିତା ଖଣ୍ଡେଲ୍‌ଓ୍ଵାଲ୍‌ଙ୍କୁ ଆଜି ପୁଲିସ ଗିରଫ କରିବାରେ ସଫଳ ହୋଇଛି । ମଙ୍ଗଳବାର ଦିନ ଅନ୍ୟ ଦୁଇ ଅଭିଯୁକ୍ତା ଡାକ୍ତର ଭକ୍ତି ମେହରେ ଏବଂ ହେମା ଆହୁଜାଙ୍କୁ ଗିରଫ କରିଯାଇଥିଲା। ଗତକାଲି ସନ୍ଧ୍ୟାବେଳେ ସେସନ୍‌ କୋର୍ଟରେ ଭକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ରାତିରେ ହେମାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଥିଲା। ମୁମ୍ବାଇର ବିଓ୍ଵାଇଏଲ୍‌ ନାୟର୍‌ ହସ୍‌ପିଟାଲ୍‌ ଏହି ମାମଲାରେ ସମ୍ପୃକ୍ତି ସ୍ତ୍ରୀରୋଗ ବିଭାଗର ମୁଖ୍ୟ ଏବଂ ଅନ୍ୟ ତିନି ଜଣ ଡାକ୍ତରଙ୍କୁ ନିଲମ୍ବିତ କରିଥିଲା।

payal familyସୂଚନା ଅନୁଯାୟୀ ପାୟଲ୍‌ ତଡ଼ଓ୍ଵି ଜଲଗାଓଁର ମୁସଲ୍‌ମାନ ଜନଜାତିର ସଦସ୍ୟା ଥିବା ବେଳେ ସେ ସ୍ତ୍ରୀରୋଗ ଓ ପ୍ରସୂତୀ ବିଭାଗରେ  ଦ୍ୱିତୀୟ ବାର୍ଷିକ ସ୍ନାତକୋତ୍ତର ଛାତ୍ରୀ ଥିଲେ। ତେବେ ବର୍ଣ୍ଣବୈଷମ୍ୟତାରେ ଶିକାର ହୋଇ ମେ ୨୭ ତାରିଖ ଦିନ ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି। ଅନ୍ୟପଟେ ସେ ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ଅଭିଯୁକ୍ତା ଡାକ୍ତରାଣୀମାନେ ତାଙ୍କୁ ତାଚ୍ଛଲ୍ୟ କରୁଥିଲେ ବୋଲି ପାୟଲ୍‌ ଙ୍କ ପରିବାର ମଧ୍ୟ ଅଭିଯୋଗ କରିଛନ୍ତି।

 

Leave A Reply

Your email address will not be published.