ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ ପାକିସ୍ତାନକୁ ନିଜର ଆଚରଣ ବଦଳାଇବାକୁ ବାଧ୍ୟ କରିବ : ସୁନୀଲ ଲାନବା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଫେବ୍ରୁଆରୀ ୨୬ରେ କରାଯାଇଥିବା ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ ପାକିସ୍ତାନକୁ ନିଜର ଆଚରଣ ବଦଳାଇବାକୁ ବାଧ୍ୟ କରିବ ବୋଲି କହିଛନ୍ତି ନୌସେନା ମୁଖ୍ୟ ଆଡ୍‌ମିରାଲ ସୁନୀଲ ଲାନବା । ଲାନବା କହିଛନ୍ତି କି, ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛି। ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପକୁ ପାକିସ୍ତାନ ଯେଭଳି ପ୍ରଶୟ ଦେଇଆସୁଥିଲା ସେଥିରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରିବ ବୋଲି ଲାନବା ମତବ୍ୟକ୍ତ କରିଛନ୍ତି।

air stikesଏହା ସହିତ ସେ କହିଛନ୍ତି କି, ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ ଦ୍ୱାରା ଭାରତ ପାକିସ୍ତାନକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ଥିଲେ ମଧ୍ୟ ଆବଶ୍ୟକ ହେଲେ ଭାରତ ପୂର୍ବ ନିର୍ଦ୍ଧାରିତ ନିୟମ ଭଙ୍ଗକରି ଆକ୍ରମଣ କରିପାରିବ ବୋଲି ପଡୋଶୀ ଶତ୍ରୁପକ୍ଷକୁ ଜଣାଇଦେଇଛି।

ବାଲାକୋଟ୍‌ରେ କାର୍ଯ୍ୟନୁଷ୍ଠାନ ବେଳେ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବା ପାଇଁ ନୌସେନା ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜଗୁଡିକୁ ଆରବ ସାଗରରେ ନିୟୋଜିତ କରି ଏଥିରେ ସଫଳ ହୋଇଛି। ତେବେ ଅପରପକ୍ଷେ ସେ କହିଛନ୍ତି କି ପାକିସ୍ତାନ ଅପେକ୍ଷା ଚୀନ ଭାରତ ପାଇଁ ଅଧିକ ବିପଦ ସୃଷ୍ଟି କରୁଛି ।

Leave A Reply

Your email address will not be published.