ମନୋରଂଜନ

ତୃତୀୟ ଥର ପାଇଁ ବି ତିଷ୍ଠିଲାନି ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ବିବାହ, ୧୦ବର୍ଷ ପରେ ପୁଣି ପତ୍ନୀଙ୍କୁ ଦେଲେ ଛାଡପତ୍ର

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପୱନ କଲ୍ୟାଣ । ତାଙ୍କୁ କିଏ ବା ନଜାଣେ । ଅଭିନେତା ଭାବେ ସେ ତାଙ୍କ କ୍ୟାରିୟରରେ ଆଗକୁ ବଢି ଚାଲିଛନ୍ତି ସତ, କିନ୍ତୁ ବୈବାହିକ ଜୀବନ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ବୋଧହୁଏ ଭାଗ୍ୟଶାଳୀ ନୁହଁନ୍ତି । ୫୧ ବର୍ଷର ପୱନ କଲ୍ୟାଣ ଥରେ ନୁହେଁ ତିନିଥର ବିବାହ କରିସାରିଛନ୍ତି । ତାଙ୍କର ପ୍ରଥମ ପତ୍ନୀଙ୍କ ସହିତ ୧୧ ବର୍ଷ ବିତାଇବା ପରେ ସେ ଅଲଗା ହୋଇଥିଲେ । ଏହାପରେ ଦ୍ୱିତୀୟ ଥର ବିବାହ କଲେ । ଯାହା ମାତ୍ର ୩ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ଥିଲା । ଏହାପରେ ୨୦୧୩ ମସିହାରେ ତୃତୀୟ ଥର ପାଇଁ ସେ ଆନ୍ନା ଲେଜନିଭାଙ୍କୁ ନିଜ ଜୀବନସାଥୀ ବନାଇଥିଲେ କିନ୍ତୁ କୁହାଯାଉଛି ଯେ ବର୍ତ୍ତମାନ ଏହି ବିବାହ ମଧ୍ୟ ଶେଷ ହୋଇଛି । ଖବର ଅନୁଯାୟୀ ଉଭୟ ଛାଡପତ୍ର ନେଇଛନ୍ତି ଏବଂ ଅଲଗା ହୋଇଯାଇଛନ୍ତି !

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ମାନଙ୍କ ଭିତରେ ପୱନ କଲ୍ୟାଣ ଅନ୍ୟତମ । ତାଙ୍କର ତୃତୀୟ ଛାଡପତ୍ର ଖବର ପୱନଙ୍କ ପ୍ରଶଂସକମାନଙ୍କୁ ଚକିତ କରିଛି । ଏହି କାଳାକାର ଜଣକ ଚଳଚ୍ଚିତ୍ରରେ ନଜ ଚରିତ୍ରକୁ ଆଧାର କରି ନିଖୁଣ ଅଭିନୟରେ ଲୋକଙ୍କ ହୃଦୟରେ ଶାସନ କରିଥାନ୍ତି । ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ତାଙ୍କଠାରୁ କୌଣସି ବି ପ୍ରତିକ୍ରିୟା ମିଳିପାରିନାହିଁ । ତାଙ୍କର ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀ କିଏ ଏବଂ ତୃତୀୟ ପତ୍ନୀଙ୍କ ସହ ମତଭେଦ କାହିଁକି ଆରମ୍ଭ ହେଲା ଆସନ୍ତୁ ଜାଣିବା ।

ଋଷୀୟ ମଡେଲ୍ ଙ୍କୁ କରିଥିଲେ ତୃତୀୟ ପତ୍ନୀ:

ରାମ ଚରଣଙ୍କ ଦାଦା ତଥା ସାଉଥ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସାନଭାଇ ହେଉଛନ୍ତି ପୱନ କଲ୍ୟାଣ । ସେ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ହେଡଲାଇନରେ ରହିଥାନ୍ତି । ତାଙ୍କର ପ୍ରକୃତ ନାମ ହେଉଛି କୋନିଡେଲା କଲ୍ୟାଣ ବାବୁ  । ତେବେ ସିନେମା ଜଗତରେ ସେ ପୱନ କଲ୍ୟାଣ ନାମରେ ଜଣାଶୁଣା । ପୱାନଙ୍କ ତୃତୀୟ ପତ୍ନୀଙ୍କ ନାମ ଆନ୍ନା ଲେଜନିଭା  । ଯିଏ ଋଷର ଜଣେ ମଡେଲ ଏବଂ ଦ୍ୱିତୀୟ ଛାଡପତ୍ର ପରେ ସେ ପୱନ କଲ୍ୟାଣଙ୍କୁ ୨୦୧୩ ମସିହାରେ ବିବାହ କରିଥିଲେ ।

ପୱନଙ୍କୁ ଛାଡି ପିଲାମାନଙ୍କ ସହିତ ଅଲଗା ରହୁଛନ୍ତି ଆନ୍ନା ଲେଜନିଭା!

ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ତୃତୀୟ ବିବାହରେ ମଧ୍ୟ ବିବାଦ ଦେଖାଦେଇଛି । କେତେକ ରିପୋର୍ଟରେ ଦର୍ଶାଯାଇଛି ଯେ ପୱନ କଲ୍ୟାଣଙ୍କ ତୃତୀୟ ପତ୍ନୀ ଆନ୍ନା ଆଜିକାଲି ଅଭିନେତାଙ୍କୁ ଛାଡି ସିଙ୍ଗାପୁର କିମ୍ବା ଦୁବାଇରେ ପିଲାମାନଙ୍କ ସହ ରହୁଛନ୍ତି । ତେବେ ଏହି ରିପୋର୍ଟମାନଙ୍କରେ କେତେ ସତ୍ୟାସତ୍ୟ ଅଛି ତାହା କହିବା କଷ୍ଟକର । କାରଣ ଉଭୟ ନିଜ ସମ୍ପର୍କକୁ ନେଇ ନୀରବ ରହିଛନ୍ତି ।

ପୱନ କଲ୍ୟାଣ ଏବଂ ଆନ୍ନା ଅଲଗା ହେବା ବିଷୟରେ ଗୁଜବ ଉଠିବା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଅଭିନେତାଙ୍କ ଅନେକ ପାରିବାରିକ ଉତ୍ସବରେ ଆନ୍ନାଙ୍କୁ ଦେଖିବାକୁ ମିଳିନଥିଲା । ଖାଲି ସେତିକି ନୁହଁ ଆନ୍ନାଙ୍କୁ ରାମ ଚରଣ ଏବଂ ଉପସାନାଙ୍କ ଝିଅର ନାମକରଣ ସମାରୋହରେ ମଧ୍ୟ ଦେଖିବାକୁ ମିଳିନଥିଲା ।

ଆସନ୍ତୁ ଜାଣିବା ପୱନ କଲ୍ୟାଣଙ୍କ ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀ କିଏ ଥିଲେ?

୧୯୯୭ ମସିହାରେ ପୱନ ପ୍ରଥମ ବିବାହ ନନ୍ଦିନୀଙ୍କ ସହ ବିବାହ କରିଥିଲେ । ଏହି ବିବାହ ୧୧ ବର୍ଷ ପର୍ଯ୍ୟନ୍ତ ରହିଥିଲା ଏବଂ ୨୦୦୮ ମସିହାରେ, ଏହି ଦମ୍ପତି ଅଲଗା ହୋଇଗଲେ । ଛାଡପତ୍ରର ୧ ବର୍ଷ ପରେ, ଅଭିନେତା ରେନୁ ଦେଶାଇଙ୍କୁ ୨୦୦୯ ମସିହାରେ ବିବାହ କରିଥିଲେ ଏବଂ ତାଙ୍କୁ ତାଙ୍କର ଦ୍ୱିତୀୟ ସାଥୀ କରିଥିଲେ । କିନ୍ତୁ ଅଭିନେତାଙ୍କ ଏହି ବିବାହ ମଧ୍ୟ ବେଶୀ ଦିନ ରହିଲା ନାହିଁ । ମାତ୍ର ତିନି ବର୍ଷ ପରେ ଅର୍ଥାତ୍ ୨୦୧୨ ମସିହାରେ ଏହି ଦମ୍ପତି ଛାଡପତ୍ର ହୋଇ ଅଲଗା ହୋଇଗଲେ । ଛାଡପତ୍ର ପରେ ହିଁ ଅଭିନେତା ତୃତୀୟ ଥର ପାଇଁ ଆନ୍ନା ଲେଜନିଭାଙ୍କୁ ବିବାହ କରିଥିଲେ ।

Sonalisa

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago