Categories: ମନୋରଂଜନ

ବଡ ପରଦାରେ ରାଜନୈତିକ ଉଷ୍ମତା , ‘ମୋଦି’ଙ୍କ ପୂର୍ବରୁ ପରଦାକୁ ଆସିବ ‘ରାହୁଲ’ଙ୍କ ବାୟୋପିକ୍

ଆଗରୁ ଆସୁଛି ୨୦୧୯ ଲୋକସଭା ନିର୍ବାଚନ । ଯାହା ପାଇଁ ଦେଶର ରାଜନୀତି ସରଗରମ । ଏହା ଭିତରେ ବଡ ପରଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହିନ୍ଦୀ ଫିଲ୍ମ ତିଆରି ହେଉଛି । ଏଥିରେ ମୋଦିଙ୍କ ଭୂମିକାରେ ଅଭିନୟ କରିବେ ବିବେକ ଓବରଏ । କିନ୍ତୁ ମୋଦିଙ୍କ ଫିଲ୍ମ ପରଦାକୁ ଆସିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଉପରେ ଆଧାରିତ ଏକ ଫିଲ୍ମ ରିଲିଜ ହେବ ବୋଲି ଶୁଣିବାକୁ ମିଳିଛି ।

ତେବେ ରାହୁଲ ଗାନ୍ଧୀଙ୍କ ଉପରେ ଆଧାରିତ ଏହି ଫିଲ୍ମର ନାଁ ରଖାଯାଇଛି My Name Is Ra Ga । ଯାହାର ଅର୍ଥ ହେଉଛି ମୋ ନାଁ ରାହୁଲ ଗାନ୍ଧୀ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରୁପେଶ ପାଲ । ଫିଲ୍ମର ଏକ ଟିଜର ମଧ୍ୟ ଜାରି କରାଯାଇଛି । ଫିଲ୍ମରେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା ମଧ୍ୟ ଅଭିନିତ ରହିଛି । ଫିଲ୍ମରେ ରାହୁଲ ଗାନ୍ଧୀଙ୍କ ପିଲାଦିନରୁ ଆରମ୍ଭ କରି ଆଜି ପର‌୍ୟ୍ୟନ୍ତ ଅର୍ଥାତ୍ ତାଙ୍କ ରାଜନୈତିକ କ୍ୟାରିୟରର ସମସ୍ତ ଘଟଣାବଳିକୁ ସ୍ଥାନ ଦିଆଯାଇଛି ।

ତେବେ ଫିଲ୍ମର ନିର୍ଦ୍ଦେଶକ ରୁପେଶ କହିଛନ୍ତି କି, ଏହି ଫିଲ୍ମର ଉଦ୍ଦେଶ୍ୟ ରାହୁଲଙ୍କୁ ପ୍ରଶଂସା କରିବା ନୁହେଁ ବରଂ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ବର୍ଣ୍ଣିତ ରହିଛି ଯାହାଙ୍କୁ ଲଗାତାର ଚାରିପଟୁ ଆକ୍ରମଣ କରାଯାଉଛି । ଯେଉଁ ବ୍ୟକ୍ତି ଦୃଢତାର ସହିତ ନିଜର ଗାଦି ପାଇଁ ମୁକାବିଲା କରୁଛନ୍ତି । ଏହାସହ ସେ କହିଛନ୍ତି, ଫିଲ୍ମକୁ ବାୟୋପିକ ଭଳି ଗ୍ରହଣ କରାଯିବ ନାହିଁ , ଯେକୌଣସି ବ୍ୟକ୍ତି ଯିଏ ଅନେକ ବିପରୀତ ସମସ୍ୟା ଦେଇ ଗତି କରି ଆଗକୁ ବଢି଼ଚାଲିଛି ତାହା ବିଷୟରେ ଆଧାରିତ ଏହି ଫିଲ୍ମ । ତେବେ ଫିଲ୍ମଟି ଆସନ୍ତା ଏପ୍ରିଲ ମାସରେ ରିଲିଜ୍ ହେବ ବୋଲି ଜଣାପଡିଛି ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago