Categories: ସ୍ପେଶାଲ

ଟିଉସନ ମାଷ୍ଟରରୁ ନାସା ବୈଜ୍ଞାନିକ

ଗରିବୀ ସଫଳତାର ପଥକୁ ରୋକିପାରିନି । ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ସବୁ କିଛି ହାର ମାନିଛି । ଯାଜପୁର ଜିଲ୍ଲା ଧର୍ମଶାଳାର ହେମନ୍ତ ଓଝା ନାସାର ବୈଜ୍ଞାନିକ ପାଇଁ ଯୋଗ୍ୟତା ଅର୍ଜନ କରି ସାରା ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ସଫଳତା ପାଇଁ ତାଙ୍କ ପାଖକୁ ଏବେ ଶୁଭେଚ୍ଛା ସୁଅ ଛୁଟୁଛି । ଧର୍ମଶାଳା ବ୍ଲକ ବ୍ଲକ ରାଇଛନ୍ଦା ଗାଁର ଅର୍ଜୁନ ଓଝା ଓ ସାବିତ୍ରୀଙ୍କ ପୁଅ ହେମନ୍ତ । ଦିନ ମଜୁରିଆ ଅର୍ଜୁନଙ୍କ ପରିବାର ଅଭାବ ଅନଟନ ମଧ୍ୟରେ ଦିନ କାଟୁଥିବା ବେଳେ ହେମନ୍ତ ୨୦୦୯ରେ ମାଟ୍ରିକ ପାସ କରିଥିଲେ ମଧ୍ୟ ସେହି ବର୍ଷ ଯୁକ୍ତ ଦୁଇରେ ନାଁ ଲେଖାଇପାରିନଥିଲେ । ପରବର୍ତ୍ତୀ ସମୟରେ ସେ ଭିଏନ କଲେଜରୁ ଯୁକ୍ତ ଦୁଇ ପାସ କରିଥିଲେ । ଯୁକ୍ତ ୩ରେ ନାମ ଲେଖାଇବା ବେଳେ ତାଙ୍କ ପାଇଁ ମଧ୍ୟ ଅର୍ଥ ପ୍ରତିବନ୍ଧକ ସାଜିଥିଲା ।

ଏଥିରେ ସେ ହାରି ନଥିଲେ । ଟିଉସନ କରି ପାଠ ପଢ଼ିବା ସହ ପରବର୍ତ୍ତୀ ସମୟରେ ରେଭେନସାରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । କଠିନ ପରିଶ୍ରମ ବଳରେ ସଫଳତା ପାଇଛନ୍ତି । ଆମେରିକା ନାସାରେ ଜଳବାୟୁ ପରିବର୍ତ୍ତନ ଓ ସାଟେଲାଇଟ ମେସେଜ ଉପରେ ହେମନ୍ତଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ଏଥିସହ ନାସା ବୈଜ୍ଞାନିକ ଭାବେ ଯୋଗ ଦେବାକୁ ଯୋଗ୍ୟତା ହାସଲ କରିଛନ୍ତି । ଆସନ୍ତା ୧୩ରେ ସେ କାର୍ଯ୍ୟରେ ଯୋଗଦେବା ନେଇ ତାଙ୍କ ପାଖକୁ ଚିଠି ଆସିଛି । ନାସାରେ ଏଲିଏନ ଉପରେ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି ହେମନ୍ତ । ତାଙ୍କର ସଫଳତା ନେଇ ପରିବାର ଓ ସଂପର୍କୀୟ ବେଶ ଖୁସି ପ୍ରକାଶ କରିଛନ୍ତି ।

Pritiparna

Recent Posts

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

6 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

18 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

25 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

26 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

44 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

1 hour ago