ଟିଉସନ ମାଷ୍ଟରରୁ ନାସା ବୈଜ୍ଞାନିକ

ଗରିବୀ ସଫଳତାର ପଥକୁ ରୋକିପାରିନି । ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ସବୁ କିଛି ହାର ମାନିଛି । ଯାଜପୁର ଜିଲ୍ଲା ଧର୍ମଶାଳାର ହେମନ୍ତ ଓଝା ନାସାର ବୈଜ୍ଞାନିକ ପାଇଁ ଯୋଗ୍ୟତା ଅର୍ଜନ କରି ସାରା ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ସଫଳତା ପାଇଁ ତାଙ୍କ ପାଖକୁ ଏବେ ଶୁଭେଚ୍ଛା ସୁଅ ଛୁଟୁଛି । ଧର୍ମଶାଳା ବ୍ଲକ ବ୍ଲକ ରାଇଛନ୍ଦା ଗାଁର ଅର୍ଜୁନ ଓଝା ଓ ସାବିତ୍ରୀଙ୍କ ପୁଅ ହେମନ୍ତ । ଦିନ ମଜୁରିଆ ଅର୍ଜୁନଙ୍କ ପରିବାର ଅଭାବ ଅନଟନ ମଧ୍ୟରେ ଦିନ କାଟୁଥିବା ବେଳେ ହେମନ୍ତ ୨୦୦୯ରେ ମାଟ୍ରିକ ପାସ କରିଥିଲେ ମଧ୍ୟ ସେହି ବର୍ଷ ଯୁକ୍ତ ଦୁଇରେ ନାଁ ଲେଖାଇପାରିନଥିଲେ । ପରବର୍ତ୍ତୀ ସମୟରେ ସେ ଭିଏନ କଲେଜରୁ ଯୁକ୍ତ ଦୁଇ ପାସ କରିଥିଲେ । ଯୁକ୍ତ ୩ରେ ନାମ ଲେଖାଇବା ବେଳେ ତାଙ୍କ ପାଇଁ ମଧ୍ୟ ଅର୍ଥ ପ୍ରତିବନ୍ଧକ ସାଜିଥିଲା ।

scientistଏଥିରେ ସେ ହାରି ନଥିଲେ । ଟିଉସନ କରି ପାଠ ପଢ଼ିବା ସହ ପରବର୍ତ୍ତୀ ସମୟରେ ରେଭେନସାରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । କଠିନ ପରିଶ୍ରମ ବଳରେ ସଫଳତା ପାଇଛନ୍ତି । ଆମେରିକା ନାସାରେ ଜଳବାୟୁ ପରିବର୍ତ୍ତନ ଓ ସାଟେଲାଇଟ ମେସେଜ ଉପରେ ହେମନ୍ତଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ଏଥିସହ ନାସା ବୈଜ୍ଞାନିକ ଭାବେ ଯୋଗ ଦେବାକୁ ଯୋଗ୍ୟତା ହାସଲ କରିଛନ୍ତି । ଆସନ୍ତା ୧୩ରେ ସେ କାର୍ଯ୍ୟରେ ଯୋଗଦେବା ନେଇ ତାଙ୍କ ପାଖକୁ ଚିଠି ଆସିଛି । ନାସାରେ ଏଲିଏନ ଉପରେ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି ହେମନ୍ତ । ତାଙ୍କର ସଫଳତା ନେଇ ପରିବାର ଓ ସଂପର୍କୀୟ ବେଶ ଖୁସି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.