Below header

ବଡ ପରଦାରେ ରାଜନୈତିକ ଉଷ୍ମତା , ‘ମୋଦି’ଙ୍କ ପୂର୍ବରୁ ପରଦାକୁ ଆସିବ ‘ରାହୁଲ’ଙ୍କ ବାୟୋପିକ୍

ଆଗରୁ ଆସୁଛି ୨୦୧୯ ଲୋକସଭା ନିର୍ବାଚନ । ଯାହା ପାଇଁ ଦେଶର ରାଜନୀତି ସରଗରମ । ଏହା ଭିତରେ ବଡ ପରଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହିନ୍ଦୀ ଫିଲ୍ମ ତିଆରି ହେଉଛି । ଏଥିରେ ମୋଦିଙ୍କ ଭୂମିକାରେ ଅଭିନୟ କରିବେ ବିବେକ ଓବରଏ । କିନ୍ତୁ ମୋଦିଙ୍କ ଫିଲ୍ମ ପରଦାକୁ ଆସିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଉପରେ ଆଧାରିତ ଏକ ଫିଲ୍ମ ରିଲିଜ ହେବ ବୋଲି ଶୁଣିବାକୁ ମିଳିଛି ।

BIOPICତେବେ ରାହୁଲ ଗାନ୍ଧୀଙ୍କ ଉପରେ ଆଧାରିତ ଏହି ଫିଲ୍ମର ନାଁ ରଖାଯାଇଛି My Name Is Ra Ga । ଯାହାର ଅର୍ଥ ହେଉଛି ମୋ ନାଁ ରାହୁଲ ଗାନ୍ଧୀ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରୁପେଶ ପାଲ । ଫିଲ୍ମର ଏକ ଟିଜର ମଧ୍ୟ ଜାରି କରାଯାଇଛି । ଫିଲ୍ମରେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା ମଧ୍ୟ ଅଭିନିତ ରହିଛି । ଫିଲ୍ମରେ ରାହୁଲ ଗାନ୍ଧୀଙ୍କ ପିଲାଦିନରୁ ଆରମ୍ଭ କରି ଆଜି ପର‌୍ୟ୍ୟନ୍ତ ଅର୍ଥାତ୍ ତାଙ୍କ ରାଜନୈତିକ କ୍ୟାରିୟରର ସମସ୍ତ ଘଟଣାବଳିକୁ ସ୍ଥାନ ଦିଆଯାଇଛି ।

RAHUL GANDHIତେବେ ଫିଲ୍ମର ନିର୍ଦ୍ଦେଶକ ରୁପେଶ କହିଛନ୍ତି କି, ଏହି ଫିଲ୍ମର ଉଦ୍ଦେଶ୍ୟ ରାହୁଲଙ୍କୁ ପ୍ରଶଂସା କରିବା ନୁହେଁ ବରଂ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ବର୍ଣ୍ଣିତ ରହିଛି ଯାହାଙ୍କୁ ଲଗାତାର ଚାରିପଟୁ ଆକ୍ରମଣ କରାଯାଉଛି । ଯେଉଁ ବ୍ୟକ୍ତି ଦୃଢତାର ସହିତ ନିଜର ଗାଦି ପାଇଁ ମୁକାବିଲା କରୁଛନ୍ତି । ଏହାସହ ସେ କହିଛନ୍ତି, ଫିଲ୍ମକୁ ବାୟୋପିକ ଭଳି ଗ୍ରହଣ କରାଯିବ ନାହିଁ , ଯେକୌଣସି ବ୍ୟକ୍ତି ଯିଏ ଅନେକ ବିପରୀତ ସମସ୍ୟା ଦେଇ ଗତି କରି ଆଗକୁ ବଢି଼ଚାଲିଛି ତାହା ବିଷୟରେ ଆଧାରିତ ଏହି ଫିଲ୍ମ । ତେବେ ଫିଲ୍ମଟି ଆସନ୍ତା ଏପ୍ରିଲ ମାସରେ ରିଲିଜ୍ ହେବ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.