କୁଇ ସମାଜର ୧୨ଘଣ୍ଟିଆ ବାଲିଗୁଡ଼ା ବନ୍ଦ ଡାକରା

ବାଲିଗୁଡ଼ା (କେନ୍ୟୁଜ୍) : କୁଇ ସମାଜର ୧୨ଘଣ୍ଟିଆ ବାଲିଗୁଡ଼ା ବନ୍ଦ ଡାକରା। ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ବନ୍ଦ ଡାକରା ଦିଆଯାଇଛି। ବାଲିଗୁଡ଼ାରେ ସମସ୍ତ ଦୋକାନବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ବାଲିଗୁଡ଼ା ଠାରେ ଚାଲିଥିବା ବାଲିଗୁଡ଼ା ମହୋତ୍ସବରେ କୌଣସି ଆଦିବାସୀ ନୃତ୍ୟ ହେଉନଥିବାରୁ ପ୍ରତିବାଦ କରିଛି କୁଇ ସମାଜ। ଉପଜିଲ୍ଲାପାଳଙ୍କ ମନମୁଖୀ କାର୍ଯ୍ୟକଳାପକୁ ମଧ୍ୟ ବିରୋଧ କରିଛନ୍ତି। ଘଟଣା ଉପରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୁଇ ସମାଜ ସମନ୍ଵୟ ସମିତିର ସଂପାଦକ ଲମ୍ବୋଦର କହଁର ଚେତାବନୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.