ସିଙ୍ଗର୍ ରାହୁଲ ବୈଦ୍ୟ ଓ ଟେଲି ଅଭିନେତ୍ରୀ ଦିଶା ପରମାରଙ୍କ ଘରେ ଏବେ ଖୁସିର ମାହୋଲ । ଅଭିନେତ୍ରୀ ଦିଶା ବୁଧବାର ଦିନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏନେଇ ରାହୁଲ ନିଜେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ସହ ଖୁସି ଖବର ସେୟାର କରିଛନ୍ତି । ଗୋଟେ ପଟେ ଗଣପତି ବାପ୍ପାଙ୍କ ଆଗମନକୁ ନେଇ ଖୁସି ଥିବା ବେଳେ ଅନ୍ୟପଟେ ଦିଶା ଓ ରାହୁଲଙ୍କ ଜୀବନରେ ଆଉ ଏକ ନୂଆ ଖୁସି ଆସିଛି । ଘରେ କୁନି ଅତିଥିଙ୍କ ସ୍ୱାଗତକୁ ନେଇ ଉଭୟ ବହୁତ ଖୁସି ଅଛନ୍ତି ଏବଂ ପରିବାର ଖୁସିରେ ଝୁମି ଉଠିଛନ୍ତି ।
ରାହୁଲ ଏକ ପୋଷ୍ଟରେ କ୍ୟୁଟ୍ ଶିଶୁ ହାତୀର କାର୍ଟୁନ ସେୟାର କରିଛନ୍ତି । ଯେଉଁଥିରେ ଲେଖା ହେଇଛି ‘ଇଟ୍ସ ଏ ବେବି ଗାର୍ଲ’ । ଏହା ସହିତ ସେ କ୍ୟାପସନ୍ରେ ଲେଖିଛନ୍ତି ଯେ, ମା ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ନିଜ ଡାକ୍ତର ଏବଂ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏବଂ ନିଜ ଶିଶୁ କନ୍ୟାକୁ ଆଶୀର୍ବାଦ ଦେବା ପାଇଁ କହିଛନ୍ତି । ଏବେ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।
ଗୋଟିଏ ଦିନ ପୂର୍ବରୁ ରାହୁଲ ଇନଷ୍ଟାଗ୍ରାମରେ ଗଣେଶ ଚତୁର୍ଥିର ଫଟୋ ଏବଂ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଦିଶା ମଧ୍ୟ ନଜର ଆସିଥିଲେ । ସୂଚନାଯୋଗ୍ୟ ଯେ,ରାହୁଲ ଓ ଦିଶା ୨୦୨୧ରେ ବହୁତ ଧୁମଧାମରେ ବିବାହ କରିଥିଲେ । ଏହାର ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲା । ବିବାହର ୨ ବର୍ଷ ପରେ ଏହି ଦମ୍ପତି କୁନି ଅତିଥିଙ୍କୁ ସ୍ୱାଗତ କରିଛନ୍ତି ।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…