ଦେଶ ବିଦେଶ

ଜହ୍ନରେ ଉଇଁଲା ସୂର୍ଯ୍ୟ, ପୁନଃ କାର୍ଯ୍ୟକ୍ଷମ ହେବେ ବିକ୍ରମ ଓ ପ୍ରଜ୍ଞାନ !

ଜହ୍ନରେ ଉଇଁଲା ସୂର୍ଯ୍ୟ । ଚେଇଁ ଉଠିବେ କି ସ୍ଲିପିଂ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ । ଏବେ ରାତି ପାହିବା ପରେ ବିକ୍ରମ ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟକ୍ଷମ ହେବା ନେଇ ଆଶା ରଖିଛି ଇସ୍ରୋ। ସେପ୍ଟେମ୍ବର ୪ତାରିଖରେ ଚନ୍ଦ୍ର ପୃଷ୍ଠରେ ରାତି ହେବା ପରେ ସ୍ଲିପ ମୋଡରେ ରହିଛି ବିକ୍ରମ ଓ ପ୍ରଜ୍ଞାନ।

ଏବେ ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ କିରଣ ପଡ଼ିବା ପରେ ପୁଣି ଥରେ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ଅଧ୍ୟୟନ କରିବା ସମ୍ଭାବନା ରହିଛି। ଚନ୍ଦ୍ରଯାନ- ୩ର ବ୍ୟାଟେରୀ ସଂପୂର୍ଣ୍ଣ ଚାର୍ଜ ରହିଛି। ଚନ୍ଦ୍ରରେ ସୂର୍ଯ୍ୟୋଦୟ ହେବା ପରେ ଏହାର ସୋଲାର ପ୍ୟାନେଲ ପୁଣି ଥରେ ଚାର୍ଜ ହେବ। ବିକ୍ରମ ଓ ପ୍ରଜ୍ଞାନକୁ ଗୋଟିଏ ଚନ୍ଦ୍ରଦିନ କାର୍ଯ୍ୟ କରିବାକୁ ନିର୍ମାଣ କରାଯାଇଛି। ଯାହା ପୃଥିବୀର ପ୍ରାୟ ୧୪ଦିନ ସହ ସମାନ।

ଯଦି ସେପ୍ଟେମ୍ବର ୨୨ରେ ସେମାନେ ନ ଉଠନ୍ତି, ତେବେ ଚିରଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ଲୁନାର ଆମ୍ବାସାଡର ଭାବେ ସେଠାରେ ଅବସ୍ଥାନ କରିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅଧ୍ୟୟନ ପରେ ସଲଫରର ସନ୍ଧାନ ପାଇଥିଲା ରୋଭର ପ୍ରଜ୍ଞାନ । ପ୍ରାଥମିକ ଅନୁସନ୍ଧାନରୁ ସଲଫର, ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍ ଓ ଟିଟାନିୟମ୍ ମିଳିଥିଲା । ପରେ ମ୍ୟାଗ୍ନେସିୟମ୍, ସିଲିକନ୍ ଓ ଅକ୍ସିଜେନ ବା ଅମ୍ଳଜାନର ଉପସ୍ଥିତି ଜଣାପଡିଛି । ଚନ୍ଦ୍ରପୃଷ୍ଠରେ ବହୁ ଅଧ୍ୟୟନ କରି ତଥ୍ୟ ପ୍ରଦାନ କରିବା ପରେ ସେପ୍ଟେମ୍ବର ୪ ତାରିଖରେ ସ୍ଲିପ ମୋଡକୁ ଚାଲିଯାଇଥିଲା ପ୍ରଜ୍ଞାନ। ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ LVM3 ରକେଟ ଦ୍ବାରା ଅନ୍ତରୀକ୍ଷକୁ ଯାତ୍ରା କରିଥିଲା ଚନ୍ଦ୍ରଯାନ-୩ ।

Swagatika

Recent Posts

ଆମେରିକାର ଓ୍ଵାଟର ପାର୍କରେ ଫୁଟିଲା ଗୁଳି, ୨ ଶିଶୁଙ୍କ ସମେତ ୮ ଜଣ ଆହତ

ଆମେରିକାରେ ପୁଣି ଫୁଟିଲା ଗୁଳି । ମିଶିଗନର ସବୁଠୁ ବଡ଼ ସହର ଡେଟ୍ରୋଇଟ୍ ନିକଟରେ ଥିବା ଏକ ୱାଟର ପାର୍କରେ…

4 mins ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦିନ ମଜୁରିଆଙ୍କ ଜୀବନ, ଗାଁ ଲୋକଙ୍କ କ୍ଷତି ପୂରଣ ଦାବି

ଆଳି(କେନ୍ୟୁଜ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତି ପୂରଣ ଦାବିରେ କଟକ-ଚାନ୍ଦବାଲି…

27 mins ago

ବିପଦରେ ଗଜରାଜ, ପାଣି ପିଇବାକୁ ଆସି ନାଳରେ ଫସିଗଲେ ୩ ହାତୀ

ନରସିଂହପୁର : କଟକ ଜିଲ୍ଲା ବଡ଼ମ୍ବା ,ନରସିଂହପୁରରେ ବିଭିନ୍ନ ସମୟ ରେ ବିପଦରେ ଗଜରାଜ ଦେଖିବାକୁ ମିଳିଛି । କେତେବେଳେ…

29 mins ago

ଜମ୍ମୁ ଅଞ୍ଚଳରୁ ଆତଙ୍କବାଦ ମୂଳପୋଛ ନେଇ ବିଗ୍‌ ପ୍ଲାନ…ଆଜି ଅମିତ୍‌ ଶାହ କରୁଛନ୍ତି ଉଚ୍ଚ ସ୍ତରୀୟ ବୈଠକ

ଜମ୍ମୁ ଅଞ୍ଚଳରେ ନିକଟରେ ହୋଇଥିବା ଆତଙ୍କବାଦ ଘଟଣା ଏବଂ ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ଆଜି ଗୃହ ମନ୍ତ୍ରଣାଳୟରେ ବସୁଛି…

50 mins ago

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷ, କପି ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ବ୍ୟବସ୍ଥା

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଦୁଇଟି ସିଟଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ…

50 mins ago

ଶ୍ରୀମନ୍ଦିରରେ ଅଣନିଶ୍ୱାସୀ, ଅସମ୍ଭାଳ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ ଭର୍ତ୍ତି

ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଅଣନିଶ୍ୱାସୀ । ପାଟଅଗଣାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ତେବେ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ…

60 mins ago