ଜହ୍ନରେ ଉଇଁଲା ସୂର୍ଯ୍ୟ, ପୁନଃ କାର୍ଯ୍ୟକ୍ଷମ ହେବେ ବିକ୍ରମ ଓ ପ୍ରଜ୍ଞାନ !

ବିକ୍ରମ ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟକ୍ଷମ। ଜହ୍ନରେ ଉଇଁଲା ସୂର୍ଯ୍ୟ । ତେଣୁ ଏମାନେ କାର୍ଯ୍ୟକ୍ଷମ ହୋଇପାରନ୍ତି ବୋଲି ଇସ୍ରୋ ଆଶା ରଖିଛି । ସେପ୍ଟେମ୍ବର ୪ତାରିଖରେ ଚନ୍ଦ୍ର ପୃଷ୍ଠରେ ରାତି ହେବା ପରେ ସ୍ଲିପ ମୋଡରେ ରହିଛି ବିକ୍ରମ ଓ ପ୍ରଜ୍ଞାନ।

ଜହ୍ନରେ ଉଇଁଲା ସୂର୍ଯ୍ୟ । ଚେଇଁ ଉଠିବେ କି ସ୍ଲିପିଂ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ । ଏବେ ରାତି ପାହିବା ପରେ ବିକ୍ରମ ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟକ୍ଷମ ହେବା ନେଇ ଆଶା ରଖିଛି ଇସ୍ରୋ। ସେପ୍ଟେମ୍ବର ୪ତାରିଖରେ ଚନ୍ଦ୍ର ପୃଷ୍ଠରେ ରାତି ହେବା ପରେ ସ୍ଲିପ ମୋଡରେ ରହିଛି ବିକ୍ରମ ଓ ପ୍ରଜ୍ଞାନ।

ଏବେ ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ କିରଣ ପଡ଼ିବା ପରେ ପୁଣି ଥରେ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ଅଧ୍ୟୟନ କରିବା ସମ୍ଭାବନା ରହିଛି। ଚନ୍ଦ୍ରଯାନ- ୩ର ବ୍ୟାଟେରୀ ସଂପୂର୍ଣ୍ଣ ଚାର୍ଜ ରହିଛି। ଚନ୍ଦ୍ରରେ ସୂର୍ଯ୍ୟୋଦୟ ହେବା ପରେ ଏହାର ସୋଲାର ପ୍ୟାନେଲ ପୁଣି ଥରେ ଚାର୍ଜ ହେବ। ବିକ୍ରମ ଓ ପ୍ରଜ୍ଞାନକୁ ଗୋଟିଏ ଚନ୍ଦ୍ରଦିନ କାର୍ଯ୍ୟ କରିବାକୁ ନିର୍ମାଣ କରାଯାଇଛି। ଯାହା ପୃଥିବୀର ପ୍ରାୟ ୧୪ଦିନ ସହ ସମାନ।

ଯଦି ସେପ୍ଟେମ୍ବର ୨୨ରେ ସେମାନେ ନ ଉଠନ୍ତି, ତେବେ ଚିରଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ଲୁନାର ଆମ୍ବାସାଡର ଭାବେ ସେଠାରେ ଅବସ୍ଥାନ କରିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅଧ୍ୟୟନ ପରେ ସଲଫରର ସନ୍ଧାନ ପାଇଥିଲା ରୋଭର ପ୍ରଜ୍ଞାନ । ପ୍ରାଥମିକ ଅନୁସନ୍ଧାନରୁ ସଲଫର, ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍ ଓ ଟିଟାନିୟମ୍ ମିଳିଥିଲା । ପରେ ମ୍ୟାଗ୍ନେସିୟମ୍, ସିଲିକନ୍ ଓ ଅକ୍ସିଜେନ ବା ଅମ୍ଳଜାନର ଉପସ୍ଥିତି ଜଣାପଡିଛି । ଚନ୍ଦ୍ରପୃଷ୍ଠରେ ବହୁ ଅଧ୍ୟୟନ କରି ତଥ୍ୟ ପ୍ରଦାନ କରିବା ପରେ ସେପ୍ଟେମ୍ବର ୪ ତାରିଖରେ ସ୍ଲିପ ମୋଡକୁ ଚାଲିଯାଇଥିଲା ପ୍ରଜ୍ଞାନ। ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ LVM3 ରକେଟ ଦ୍ବାରା ଅନ୍ତରୀକ୍ଷକୁ ଯାତ୍ରା କରିଥିଲା ଚନ୍ଦ୍ରଯାନ-୩ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.