ମା ହେଲେ ଦିଶା ପରମାର, ଘରକୁ ଆସିଲା ନହ୍ନୀ ପରୀ

ବିବାହର ୨ ବର୍ଷ ପରେ ମା ହେଲେ ଦିଶା ପରମାର । ସିଙ୍ଗର୍‌ ରାହୁଲ ବୈଦ୍ୟ ଓ ଟେଲି ଅଭିନେତ୍ରୀ ଦିଶା ପରମାର ଘରକୁ ଶିଶୁ କନ୍ୟା ଆସିଛନ୍ତି । ଏନେଇ ରାହୁଲ ନିଜେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ସହ ଖୁସି ଖବର ସେୟାର କରିଛନ୍ତି ।

ସିଙ୍ଗର୍‌ ରାହୁଲ ବୈଦ୍ୟ ଓ ଟେଲି ଅଭିନେତ୍ରୀ ଦିଶା ପରମାରଙ୍କ ଘରେ ଏବେ ଖୁସିର ମାହୋଲ । ଅଭିନେତ୍ରୀ ଦିଶା ବୁଧବାର ଦିନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏନେଇ ରାହୁଲ ନିଜେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ସହ ଖୁସି ଖବର ସେୟାର କରିଛନ୍ତି । ଗୋଟେ ପଟେ ଗଣପତି ବାପ୍ପାଙ୍କ ଆଗମନକୁ ନେଇ ଖୁସି ଥିବା ବେଳେ ଅନ୍ୟପଟେ ଦିଶା ଓ ରାହୁଲଙ୍କ ଜୀବନରେ ଆଉ ଏକ ନୂଆ ଖୁସି ଆସିଛି । ଘରେ କୁନି ଅତିଥିଙ୍କ ସ୍ୱାଗତକୁ ନେଇ ଉଭୟ ବହୁତ ଖୁସି ଅଛନ୍ତି ଏବଂ ପରିବାର ଖୁସିରେ ଝୁମି ଉଠିଛନ୍ତି ।

ରାହୁଲ ଏକ ପୋଷ୍ଟରେ କ୍ୟୁଟ୍‌ ଶିଶୁ ହାତୀର କାର୍ଟୁନ ସେୟାର କରିଛନ୍ତି । ଯେଉଁଥିରେ ଲେଖା ହେଇଛି ‘ଇଟ୍ସ ଏ ବେବି ଗାର୍ଲ’ । ଏହା ସହିତ ସେ କ୍ୟାପସନ୍‌ରେ ଲେଖିଛନ୍ତି ଯେ, ମା ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ନିଜ ଡାକ୍ତର ଏବଂ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏବଂ ନିଜ ଶିଶୁ କନ୍ୟାକୁ ଆଶୀର୍ବାଦ ଦେବା ପାଇଁ କହିଛନ୍ତି । ଏବେ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

 

View this post on Instagram

 

A post shared by RAHUL VAIDYA (@rahulvaidyarkv)

ଗୋଟିଏ ଦିନ ପୂର୍ବରୁ ରାହୁଲ ଇନଷ୍ଟାଗ୍ରାମରେ ଗଣେଶ ଚତୁର୍ଥିର ଫଟୋ ଏବଂ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଦିଶା ମଧ୍ୟ ନଜର ଆସିଥିଲେ । ସୂଚନାଯୋଗ୍ୟ ଯେ,ରାହୁଲ ଓ ଦିଶା ୨୦୨୧ରେ ବହୁତ ଧୁମଧାମରେ ବିବାହ କରିଥିଲେ । ଏହାର ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲା । ବିବାହର ୨ ବର୍ଷ ପରେ ଏହି ଦମ୍ପତି କୁନି ଅତିଥିଙ୍କୁ ସ୍ୱାଗତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.