ମନୋରଂଜନ

ହସ୍ପିଟାଲରେ ସବୁ ସୀମା ଟପିଲେ ରାଜୁ ଶ୍ରୀବାସ୍ତବଙ୍କ ଫ୍ୟାନ୍‌, ବିନା ଅନୁମତିରେ ଆଇସିୟୁରେ ପଶି ନେଉଥିଲେ ସେଲ୍‌ଫି

ନୂଆଦିଲ୍ଲୀ: କମେଡିଆନ୍‌ ତଥା ଅଭିନେତା ରାଜୁ ଶ୍ରୀବାସ୍ତବ ଗତ କିଛି ଦିନ ହେଲାଣି ହାର୍ଟ ଆଟାକ୍‌ ଯୋଗୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଏ ଅବସରରେ ତାଙ୍କ ପରିବାର ଓ ନିକଟତମ ଲୋକ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅପ୍‌ଡେଟ୍‌ ଦେଉଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ରାଜୁଙ୍କ ଦେହର ଅବସ୍ଥା କଥା ଜାଣିବାକୁ ପ୍ରବଳ ଉତ୍ସାହୀ ଅଛନ୍ତି ଓ ତାଙ୍କ ବିଷୟରେ ଖୁସି ଖବର ଜାଣିବାକୁ ଚାହିଁ ବସିଛନ୍ତି। କିନ୍ତୁ ଇତି ମଧ୍ୟରେ ଜଣେ ବ୍ୟକ୍ତି ସବୁ ସୀମା ଟପି ରାଜୁ ଶ୍ରୀବାସ୍ତବଙ୍କ ନିକଟକୁ ଯିବାକୁ ଚେଷ୍ଟା କରିଛନ୍ତି।

ଆଇସିୟୁରେ ପଶି ସେଲ୍‌ଫି ନେବାକୁ ଚେଷ୍ଟା କରିଥିଲେ ଫ୍ୟାନ୍‌:

ରିପୋର୍ଟ ମୁତାବକ, ମଙ୍ଗଳବାର ରାଜୁ ଶ୍ରୀବାସ୍ତବ ଯେଉଁ ଆଇସିୟୁରେ ଅଛନ୍ତି ତା’ ଭିତରେ ଜଣେ ଅଜଣା ବ୍ୟକ୍ତି ବିନା କାହା ଅନୁମତିରେ ଏଣ୍ଟ୍ରି କରିଥିଲେ। କେବଳ ଏତିକି ନୁହେଁ, ସେ ରାଜୁ ଶ୍ରୀବାସ୍ତବଙ୍କ ସହ ସେଲ୍‌ଫି ନେବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ଉପସ୍ଥିତ ଷ୍ଟାଫ୍‌ ତାଙ୍କୁ ରୋକି ଦେଇଥିଲେ। ରାଜୁ ଶ୍ରୀବାସ୍ତବଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ଏହା ପରଠାରୁ ଆଇସିୟୁର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଉକ୍ତ ବ୍ୟକ୍ତି ନିଜକୁ ରାଜୁଙ୍କର ଜଣେ ବଡ଼ ଫ୍ୟାନ୍‌ ବୋଲି ପରିଚୟ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ କେତେକ ଗଣମାଧ୍ୟମରେ ରାଜୁ ଶ୍ରୀବାସ୍ତବଙ୍କ ଦେହ ଅଧିକ ଖରାପ ହୋଇଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ତାଙ୍କ ପରିବାର ଲୋକ ଅସନ୍ତୋଷ ଜାହିର କରି ଲୋକଙ୍କୁ ଏଭଳି ଗୁଜବ ପ୍ରଚାରିତ କରିବାକୁ ମନା କରିଥିଲେ। ଏବେ ସେ ଠିକ୍‌ ଅଛନ୍ତି ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ରାଜୁ ଶ୍ରୀବାସ୍ତବଙ୍କୁ ନେଇ କୌଣସି ମିଛ ଖବର ପ୍ରକାଶ ନ କରିବାକୁ ମଧ୍ୟ ମନା କରାଯାଇଥିଲା।

Also Read: ସ୍ତ୍ରୀକୁ ନିଦରୁ ଉଠାଇ ଚଳନ୍ତା ଟ୍ରେନ୍‌ ସାମ୍ନାକୁ ପେଲି ଦେଲା ସ୍ୱାମୀ, ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ; ଦେଖନ୍ତୁ ଭିଡିଓ

WCW 11

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

13 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

20 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

27 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

35 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

37 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

45 mins ago