ମନୋରଂଜନ

ମହେଶ ଭଟ୍ଟଙ୍କ ସହ କଙ୍ଗନାଙ୍କ ପୁରୁଣା ଫଟୋ ସେୟାର କଲେ ରାକ୍ଷୀ ସାଓ୍ଵନ୍ତ, କହିଲେ ‘ସୁଶାନ୍ତଙ୍କ କେସ୍‌ରେ ନୂଆ ମୋଡ଼’

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଚର୍ଚ୍ଚାକୁ ଆସିଛି ନେପୋଟିଜମ୍‌। ପରିବାରବାଦ ଯୋଗୁ ଚାପରେ ଆସି ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ କଙ୍ଗନା ରାଣାଓ୍ଵତ୍‌ ଦାବି କରିଥିଲେ। ଏଥିସହ ସେ ମୁମ୍ବାଇକୁ ପିଓକେ ସହ ବି ତୁଳନା କରିଥିଲେ ଓ କେତେକ କଳାକାରଙ୍କୁ ଡ୍ରଗ୍‌ ମାଫିଆ କହିଥିଲେ। ତେବେ ଏହି ମାମଲାରେ ଏବେ କଙ୍ଗନାକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ।

ରାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କଙ୍ଗନାଙ୍କର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ କଙ୍ଗନା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସହ ବସିଥିବା ଦେଖାଯାଇଛି। ଉକ୍ତ ଫଟୋରେ କଙ୍ଗନା ଏକ ବ୍ଲୁ କଲରର ଟପ୍ସ ପିନ୍ଧିଛନ୍ତି ଓ ବିନ୍ଦାସ ହୋଇ ମହେଶଙ୍କ ହାତ ଉପରେ ହାତ ପକାଇ ବସିଛନ୍ତି। ଫଟୋ ସେୟାର କରି ରାକ୍ଷୀ ଲେଖିଛନ୍ତି ‘ସୁଶାନ୍ତଙ୍କ କେସ୍‌ରେ ନୂଆ ମୋଡ଼’। ଏହି ଫଟୋ ପରେ ରାକ୍ଷୀ ଏକ ଭିଡିଓ ବି ସେୟାର କରିଛନ୍ତି। ସେଥିରେ ସେ କହୁଛନ୍ତି ‘ମୁମ୍ବାଇ ଯଦି ପାକିସ୍ତାନ ତେବେ କଙ୍ଗନା ଏଠିକି ଆସୁଛନ୍ତି କାହିଁକି। ପଳାଉନାହାନ୍ତି କାହିଁକି। ଅନ୍ୟଙ୍କୁ ଆକ୍ଷେପ କରୁଥିବା କଙ୍ଗନା ନିଜେ କେମିତି ବସିଛନ୍ତି ସମସ୍ତେ ଥରେ ଦେଖନ୍ତୁ’।

ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ କଙ୍ଗନା ଭିଡିଓ ସେୟାର କରି ବଲିଉଡ୍‌ରେ କିଭଳି ବାହାର ଲୋକଙ୍କୁ ସୁଯୋଗ ଦିଆଯାଏ ନାହିଁ ସେନେଇ କହିଥିଲେ। ଏହି ମାମଲାରେ କଙ୍ଗନା କେତେକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶକଙ୍କୁ ଦୋଷ ଦେଇଥିଲେ। କଙ୍ଗନା ମହେଶ ଭଟ୍ଟଙ୍କ ସମସ୍ତ ରାଜ୍‌ ଖୋଲି ଦେଇଥିଲେ। ଏଥିସହ ମୁମ୍ବାଇରେ ଶିବସେନାର ଦାଦାଗିରିକୁ ନେଇ ମଧ୍ୟ ମନ୍ତବ୍ୟ ଦେଇଥିଲେ।

WCW 11

Recent Posts

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

10 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

29 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

35 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

40 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

49 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

1 hour ago