photo: freepressjournal
ଅଯୋଧ୍ୟାରେ ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏହି ସମାରୋହରେ ସାମିଲ ହେବା ପାଇଁ ବଲିଉଡ୍ ଅଭିନେତା ରଣଦୀପ ହୁଡ୍ଡାଙ୍କୁ ଆମନ୍ତ୍ରଣ କରାଯାଇଛି । ରଣଦୀପ ଅଫିସିଆଲି ଭାବେ ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି । ଅଭିନେତା ନିମନ୍ତ୍ରଣ ପତ୍ର ଗ୍ରହଣ କରିବାର ଏକ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏଥିରେ ସେ ମାଟିଆ ରଙ୍ଗର ଟି-ସାର୍ଟ ଏବଂ ବ୍ଲୁ ଜିନ୍ସ ପିନ୍ଧି ହାତରେ ନିମନ୍ତ୍ରଣ ପତ୍ର ଧରିଥିବାର ନଜର ଆସିଛନ୍ତି ।
ରଣଦୀପ ଓ ତାଙ୍କ ପତ୍ନୀ ଲିନ୍ ଲୈସରାମ ସୋସିଆଲ ମିଡିଆରେ ନିମନ୍ତ୍ରଣ ପତ୍ର ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । କହି ରଖୁଛୁ, ରଣଦୀପଙ୍କ ସହିତ ତାଙ୍କ ପତ୍ନୀଙ୍କୁ ସମାରୋହରେ ସାମିଲ ହେବାକୁ କୁହାଯାଇଛି । ଗତକାଲି ଅଭିନେତାଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ମିଳିଛି, ଯାହାକୁ ଧରି କପଲ୍ ସୋସିଆଲ ମିଡିଆରେ ଫଟୋ ଛାଡ଼ିଛନ୍ତି ।
ଏହା ପୂର୍ବରୁ ବଲିଉଡ୍ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ମଧ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ମିଳିଛି । ଏହା ବ୍ୟତୀତ ବଲିଉଡ୍ର ଅନେକ ମହାନ୍ କଳାକାରଙ୍କୁ ବି ମନ୍ଦିର ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି । ସେପଟେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଅବସରରେ ୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ଆଶା କରାଯାଇଛି ।
ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…
ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…
ଭୁବନେଶ୍ୱର(କେନ୍ୟୁଜ୍): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…
ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…
ଭୁବନେଶ୍ୱର(କେନ୍ୟୁଜ୍): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…