ରଣଦୀପ ହୁଡ୍ଡାଙ୍କୁ ମିଳିଲା ରାମ ମନ୍ଦିର ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର, ପତ୍ନୀଙ୍କ ସହ ଫଟୋ ସେୟାର କଲେ ଅଭିନେତା

ଅଯୋଧ୍ୟାରେ ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏହି ସମାରୋହରେ ସାମିଲ ହେବା ପାଇଁ ବଲିଉଡ୍‌ ଅଭିନେତା ରଣଦୀପ ହୁଡ୍ଡାଙ୍କୁ ଆମନ୍ତ୍ରଣ କରାଯାଇଛି । ରଣଦୀପ ଅଫିସିଆଲି ଭାବେ ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି । ଅଭିନେତା ନିମନ୍ତ୍ରଣ ପତ୍ର ଗ୍ରହଣ କରିବାର ଏକ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ।

ଅଯୋଧ୍ୟାରେ ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏହି ସମାରୋହରେ ସାମିଲ ହେବା ପାଇଁ ବଲିଉଡ୍‌ ଅଭିନେତା ରଣଦୀପ ହୁଡ୍ଡାଙ୍କୁ ଆମନ୍ତ୍ରଣ କରାଯାଇଛି । ରଣଦୀପ ଅଫିସିଆଲି ଭାବେ ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି । ଅଭିନେତା ନିମନ୍ତ୍ରଣ ପତ୍ର ଗ୍ରହଣ କରିବାର ଏକ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏଥିରେ ସେ ମାଟିଆ ରଙ୍ଗର ଟି-ସାର୍ଟ ଏବଂ ବ୍ଲୁ ଜିନ୍ସ ପିନ୍ଧି ହାତରେ ନିମନ୍ତ୍ରଣ ପତ୍ର ଧରିଥିବାର ନଜର ଆସିଛନ୍ତି ।

ରଣଦୀପ ଓ ତାଙ୍କ ପତ୍ନୀ ଲିନ୍‌ ଲୈସରାମ ସୋସିଆଲ ମିଡିଆରେ ନିମନ୍ତ୍ରଣ ପତ୍ର ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । କହି ରଖୁଛୁ, ରଣଦୀପଙ୍କ ସହିତ ତାଙ୍କ ପତ୍ନୀଙ୍କୁ ସମାରୋହରେ ସାମିଲ ହେବାକୁ କୁହାଯାଇଛି । ଗତକାଲି ଅଭିନେତାଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ମିଳିଛି, ଯାହାକୁ ଧରି କପଲ୍‌ ସୋସିଆଲ ମିଡିଆରେ ଫଟୋ ଛାଡ଼ିଛନ୍ତି ।

ଏହା ପୂର୍ବରୁ ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ମଧ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ମିଳିଛି । ଏହା ବ୍ୟତୀତ ବଲିଉଡ୍‌ର ଅନେକ ମହାନ୍‌ କଳାକାରଙ୍କୁ ବି ମନ୍ଦିର ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି । ସେପଟେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଅବସରରେ ୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ଆଶା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.