Below header

ଧରାପଡିଲେ ଲେଡି-420, ଓଲାରେ ବୁଲୁଥିଲେ, ଟଙ୍କା ନଦେଇ ଛୁ ମାରୁଥିଲେ

ଓଲାରେ ବୁଲୁଥିଲେ, ଟଙ୍କା ନଦେଇ ଛୁ ମାରୁଥିଲେ । ଶେଷରେ ନୟାପଲ୍ଲୀ ପୋଲିସ ହାତରେ ଧରାପଡିଲେ ଲେଡି-420 । ୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଚୁନା ଲଗାଇଛନ୍ତି ।

ଭୁବନେଶ୍ୱର : ଓଲାରେ ବୁଲୁଥିଲେ, ଟଙ୍କା ନଦେଇ ଛୁ ମାରୁଥିଲେ । ଶେଷରେ ନୟାପଲ୍ଲୀ ପୋଲିସ ହାତରେ ଧରାପଡିଲେ ଲେଡି-420 । ୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଚୁନା ଲଗାଇଛନ୍ତି । ଆଜି ଯୁବତୀଙ୍କ ଧରି ନୟାପଲ୍ଲୀ ପୋଲିସର ଜିମା ଦେଇଛନ୍ତି ଓଲା ଡ୍ରାଇଭର । ଯୁବତୀଙ୍କ ନାଁ ଶୁଭଶ୍ରୀ ବାରିକ ।

ଓଲା ଗାଡିରେ ରାଜଧାନୀରେ ବୁଲନ୍ତି । ପରେ ବିଭିନ୍ନ ବାହାନା ଦେଖାଇ ଟଙ୍କା ନଦେଇ ଛୁ ମାରନ୍ତି । ପାଖାପାଖି ମାସେ ହେବ ଏଭଳି କରୁଥିଲେ ଶୁଭଶ୍ରୀ । ଆଜି କିଛି ଓଲା ଡ୍ରାଇଭର ମିଶି ଯୁବତୀଙ୍କୁ ଧରିବା ସହ ପୋଲିସର ଜିମା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.