Below header

ସୌର ଶକ୍ତିରେ ଆଲୋକିତ ହେବ ଅଯୋଧ୍ୟା ନଗରୀ, ରାମଲାଲାଙ୍କ କପାଳରେ ପଡ଼ିବ ସୂର୍ଯ୍ୟରଶ୍ମିର ତିଳକ

ସୂର୍ଯ୍ୟ କିରଣକୁ ଆଇନା ଏବଂ ଲେନ୍ସ ଦ୍ବାରା ଅଯୋଧ୍ୟା ରାମ ମନ୍ଦିର ଗର୍ଭ ଗୃହକୁ ପ୍ରେରଣ କରାଯିବ । ଗର୍ଭଗୃହରେ ସ୍ଥାପିତ ରାମଲାଲାଙ୍କ ମୂର୍ତ୍ତିର କପାଳ ଉପରେ ପଡ଼ିବ ସୂର୍ଯ୍ୟ ସେହି କିରଣ । ଯାହା ହେବ ସୂର୍ଯ୍ୟ ରଶ୍ମି ତିଳକ। କେବଳ ପ୍ରତି ରାମ ନବମୀ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ତିଥିରେ ଏହି ସୂର୍ଯ୍ୟ ରଶ୍ମି ତିଳକ କରାଯିବ ।

ଗଜପତି (କେନ୍ୟୁଜ୍‌) : ଜାନୁୟାରୀ ୨୨ରେ କମ୍ପିବ ଅଯୋଧ୍ୟା । ଏହି ଦିନ ହେବ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା, ଯାହାକୁ ନେଇ ଏବେ ପୂରା ଦେଶରେ ଉତ୍ସବର ମାହୋଲ । ସେଥିପାଇଁ ସମସ୍ତଙ୍କ ମନରେ ପ୍ରଭୁଙ୍କ ଦର୍ଶନ ପାଇଁ ବଢ଼ୁଛି ଉତ୍କଣ୍ଠା । ସୂର୍ଯ୍ୟଦେବ କରିବେ ଅଯୋଧ୍ୟା ରାମମନ୍ଦିର ରାମଲାଲାଙ୍କ ତିଳକ । ସୂର୍ଯ୍ୟବଂଶରେ ଜନ୍ମ ପ୍ରଭୁ ଶ୍ରୀରାମଙ୍କର । ତେଣୁ ସାରା ଅଯୋଧ୍ୟା ନଗରୀ ଆଲୋକିତ ହେବ ସୌର ଶକ୍ତିରେ । ସହରର ୫୦ ପ୍ରତିଶତ ବିଦ୍ୟୁତ ଶକ୍ତି ଏହି ସୌର ଶକ୍ତି ପ୍ରକଳ୍ପରୁ ଆସିବ । ତେବେ ଏହି ସ୍ବତନ୍ତ୍ରତା ଭିତରେ ଆଉ ଏକ ନିଆରା କଥା ଦେଖିବାକୁ ମିଳିବ । ତାହା ହେଉଛି ସୂର୍ଯ୍ୟ କିରଣକୁ ଆଇନା ଏବଂ ଲେନ୍ସ ଦ୍ବାରା ଅଯୋଧ୍ୟା ରାମ ମନ୍ଦିର ଗର୍ଭ ଗୃହକୁ ପ୍ରେରଣ କରାଯିବ । ଗର୍ଭଗୃହରେ ସ୍ଥାପିତ ରାମଲାଲାଙ୍କ ମୂର୍ତ୍ତିର କପାଳ ଉପରେ ପଡ଼ିବ ସୂର୍ଯ୍ୟ ସେହି କିରଣ । ଯାହା ହେବ ସୂର୍ଯ୍ୟ ରଶ୍ମି ତିଳକ। କେବଳ ପ୍ରତି ରାମ ନବମୀ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ତିଥିରେ ଏହି ସୂର୍ଯ୍ୟ ରଶ୍ମି ତିଳକ କରାଯିବ ।

ତେବେ ଏହି ସୂର୍ଯ୍ୟ ରଶ୍ମି ତିଳକ କଣ ଏବଂ ଏହା କିପରି ରାମଲାଲାଙ୍କ କପାଳରେ ପଡ଼ିବ ସେ ସମ୍ପର୍କରେ ଆସନ୍ତୁ ଜାଣିବା । ରୁର୍‌କିର କେନ୍ଦ୍ରୀୟ ଭବନ ଅନୁସନ୍ଧାନ ସଂସ୍ଥା (CBRI) ର ବୈଜ୍ଞାନିକ ମାନେ ଅଯୋଧ୍ୟାରେ ଉପସ୍ଥିତ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଛନ୍ତି । ମୋନେ ଏହି ସୂର୍ଯ୍ୟରଶ୍ମିର ତିଳକ ବନାଇଛନ୍ତି । ଯାହା ରାମଲାଲାଙ୍କ କପାଳରେ ୨୦ ସେକେଣ୍ଡ ପାଇଁ ପଡ଼ିବ । ତେବେ ବୈଜ୍ଞାନିକ ଡକ୍ଟର ପାଣିଗ୍ରାହୀ କହିଛନ୍ତି ମନ୍ଦିରର ଶିଖରରେ ଦର୍ପଣ ଲାଗିଛି । ଦର୍ପଣର ଠିକ୍‌ ସାମ୍ନାରେ ସୂର୍ଯ୍ୟ କରିଣ ପ୍ରତିଫଳନ ହେବ ସେହିଠାରୁ ହିଁ ସେହି କିରଣ ସିଧା ଯାଇ ରାମଲାଲାଙ୍କ ମୂର୍ତ୍ତି ଉପରେ ପଡ଼ିବ । ଯେଉଁଥିପାଇଁ ଗିୟର ମେକାନିଜମ୍‌ ବ୍ୟବହାର କରାଯାଇଛି । ଏହା ଦ୍ୱାରା ଦର୍ପଣର ଦିଗ ଫିକ୍ସ କରାଯାଇପାରିବ ।

ବୈଜ୍ଞାନିକ ମାନେ ବର୍ତ୍ତମାନ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ନେଇ କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ । ତେବେ ଏହି ସୂର୍ଯ୍ୟରଶ୍ମି ତିଲକ ରାମନବମୀ ଦିନ ହିଁ କରାଯିବ ବୋଲି ବୈଜ୍ଞାନିକ ସବୁ ପ୍ରସ୍ତୁତି ସାରିଛନ୍ତି । ଏହାର ପ୍ରୟୋଗ ମଧ୍ୟ ସଫଳ ହୋଇଛି । ତେବେ ଏହି କାର୍ଯ୍ୟରେ ୧୦ ରୁ ୧୨ ଜଣ ବୈଜ୍ଞାନିକ ଯୋଗ ଦେଇଥିଲେ । ଏହି ବଡ଼ ଚ୍ୟାଲେଞ୍ଜକୁ ସଫଳତାର ସହ କରି ଦେଖାଇଛନ୍ତି ତାଙ୍କର ଏହି ପରିଶ୍ରମ ପାଇଁ ତାଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି । ବୈଜ୍ଞାନିକ ମାନେ ମଧ୍ୟ ରାମଲାଲାଙ୍କ ପାଇଁ କାମ କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ୍‌ ମଣିଛନ୍ତି ।

ତେବେ ଏହି କାର୍ଯ୍ୟରେ ଯୋଗଦେଇଥିବା ବୈଜ୍ଞାନିକଙ୍କ ମଧ୍ୟରୁ ଅଛନ୍ତି ଓଡ଼ିଶାର ଜଣେ ବୈଜ୍ଞାନିକ ଡ. ସରୋଜ କୁମାର ପାଣିଗ୍ରାହୀ । ସରୋଜ ହେଉଛନ୍ତି ଗଜପତି ପାରଳାଖେମୁଣ୍ଡି ଅଞ୍ଚଳର । ସେ ଅଯୋଧ୍ୟା ସୂର୍ଯ୍ୟ ରଶ୍ମି ତିଳକ ପ୍ରକଳ୍ପର ମୁଖ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.