ସଙ୍ଗୀତ ଉସ୍ତାଦ ରଶିଦ ଖାନଙ୍କ ପରଲୋକ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ସଙ୍ଗୀତ ଦୁନିଆର ଉସ୍ତାଦ ରଶିଦ ଖାନଙ୍କ ପରଲୋକ ଘଟିଛି । ତାଙ୍କୁ ୫୫ ବର୍ଷ ହୋଇଥିଲା । କୋଲକାତାର ପିୟରଲେସ୍‌ ହସ୍ପିଟାଲରେ ନଭେମ୍ବର ୨୨ରୁ ତାଙ୍କର ଚିକିତ୍ସା ଚାଲିଥିଲା । ଉସ୍ତାଦ ପ୍ରୋସ୍‌ଟେଟ୍‌ କ୍ୟାନ୍ସରରେ ଜୁଝି ହେଉଥିଲେ ।

ସଙ୍ଗୀତ ଦୁନିଆର ଉସ୍ତାଦ ରଶିଦ ଖାନଙ୍କ ପରଲୋକ ଘଟିଛି । ତାଙ୍କୁ ୫୫ ବର୍ଷ ହୋଇଥିଲା । କୋଲକାତାର ପିୟରଲେସ୍‌ ହସ୍ପିଟାଲରେ ନଭେମ୍ବର ୨୨ରୁ ତାଙ୍କର ଚିକିତ୍ସା ଚାଲିଥିଲା । ଉସ୍ତାଦ ପ୍ରୋସ୍‌ଟେଟ୍‌ କ୍ୟାନ୍ସରରେ ଜୁଝି ହେଉଥିଲେ । ତାଙ୍କ ପାର୍ଥିବ ଶରୀରକୁ ପିୟରଲେସ୍‌ ହସ୍ପିଟାଲରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରଖାଯାଇଛି । ଏହାପରେ ଆଜି ରାତି ପାଇଁ ପାର୍ଥିବ ଶରୀରକୁ ପିସ୍‌ ହେଭନ ହସ୍ପିଟାଲରେ ରଖାଯିବ । ଗାୟକଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ହେବ ।

ଉସ୍ତାଦ ରଶିଦ ଖାନଙ୍କୁ ୨୦୨୨ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ନିଧନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକବ୍ୟକ୍ତ କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି, ଅନ୍ତିମ ସଂସ୍କାରରେ ଉସ୍ତାଦ ରଶିଦ ଖାନଙ୍କୁ ‘ଗାର୍ଡ ଅଫ୍‌ ଅନର’ ଦିଆଯିବ । ତାଙ୍କ ପାର୍ଥିବ ଶରୀରକୁ ରବୀନ୍ଦ୍ର ସଦନରେ ରଖାଯିବ । ଏଠାରେ ତାଙ୍କ ପ୍ରଶଂସକମାନେ ଉସ୍ତାଦଙ୍କୁ ଶେଷ ଦର୍ଶନ କରିପାରିବେ ।

ରଶିଦ ଖାନ ୧୯୬୮ ଜୁଲାଇ ୧ରେ ଉତ୍ତର ପ୍ରଦେଶର ବନ୍ଦାୟୁରେ ଜନ୍ମଗ୍ରହଣ କରିଥିଲେ । ୧୧ ବର୍ଷ ବୟସରେ ସେ ନିଜର ପ୍ରଥମ କନ୍‌ସର୍ଟ କରିଥିଲେ । ୧୪ ବର୍ଷ ବୟସରେ କୋଲକାତାର ଆଇଟିସି ସଙ୍ଗୀତ ରିସର୍ଚ୍ଚ ଏକାଡେମୀରେ ସେ ଯୋଗ ଦେଇଥିଲେ । ବଲିଉଡ୍‌ର ଅନେକ ଫିଲ୍ମରେ ରଶିଦ ଖାନ କଣ୍ଠଦାନ କରିଛନ୍ତି । ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ କରୀନା କପୁର ଓ ଶାହିଦ କପୁରଙ୍କ ଫିଲ୍ମ ‘ଜବ୍‌ ଓ୍ଵି ମେଟ୍‌’ର ‘ଆଓଗେ ଜବ୍‌ ତୁମ ଓ ସାଜନା…’ ଗୀତ ଅନ୍ତର୍ଭୁକ୍ତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.