ମନୋରଂଜନ

ଓଟିଟିରେ ଆସିଗଲା ‘୮୩’, ଏବେ ଘରେ ବସି ଦେଖିପାରିବେ ରଣବୀର ସିଂହଙ୍କ ଦମ୍‌ଦାର ଫିଲ୍ମ

ଓଟିଟିରେ ଆସିଗଲା ଫିଲ୍ମ ୮୩। ଅଭିନେତା ରଣବୀର ସିଂହଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ୧୯୮୩ କ୍ରିକେଟ୍‌ ବିଶ୍ୱ କପ୍‌ ଉପରେ ଆଧାରିତ ଫିଲ୍ମ ସୋମବାର ଠାରୁ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି। କରୋନା ଭାଇରସ୍‌ ଯୋଗୁ ହଲ୍‌ରେ ଫିଲ୍ମ ଦେଖିପାରିନଥିବା ଲୋକ ଏବେ ଘରେ ବସି ଆରାମରେ ଏବେ ଏହାର ମଜା ନେଇପାରିବେ। ଏବେ ଓଟିଟି ପ୍ଲାଟଫର୍ମ ଡିଜ୍‌ନି ପ୍ଲସ୍‌ ହଟ୍‌ଷ୍ଟାରରେ ରିଲିଜ୍‌ ହୋଇଛି ୮୩। ଫିଲ୍ମରେ ରଣବୀର ସିଂହ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଫିଲ୍ମ ୮୩ ରିଲିଜ୍‌ ପରେ କରୋନାର ଦ୍ୱିତୀୟ ଲହରୀ ଆସିଥିଲା। ଏହି କାରଣରୁ ଅନେକ ଫିଲ୍ମ ହଲ୍‌ ବି ବନ୍ଦ ଥିଲା। ଏଣୁ ନିର୍ମାତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। କିନ୍ତୁ ଏବେ ଫିଲ୍ମକୁ ହଟ୍‌ ଷ୍ଟାରରେ ରିଲିଜ୍‌ କରାଯାଇଛି। ଫଳରେ ୟୁଜର୍ସ ଏବେ ଘରେ ଫିଲ୍ମର ମଜା ନେଇପାରିବେ। ଏହି ଫିଲ୍ମ କ୍ରିକେଟ୍‌ ଫ୍ୟାନ୍‌ଙ୍କୁ ଖୁବ୍‌ ପସନ୍ଦ ଆସିବ।

ସୂଚନାଯୋଗ୍ୟ ଯେ ଫିଲ୍ମ ୮୩କୁ ଓଟିଟିରେ ରିଲିଜ୍‌କୁ ନେଇ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ କରାଯାଇଥିଲା। ଏହି ଫିଲ୍ମକୁ ଓଟିଟିରେ ରିଲିଜ୍‌ ନ କରିବାକୁ ପିଟିସନ୍‌ରେ ଦାବି କରାଯାଇଥିଲା। କିନ୍ତୁ କୋର୍ଟ ଫିଲ୍ମ ନିର୍ମାତାଙ୍କ ପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ ଓ ପିଟିସନ୍‌କୁ ଖାରଜ କରିଦେଇଥିଲେ। ଏଣୁ ଏବେ ଓଟିଟି ପ୍ଲାଟଫର୍ମରେ ୮୩ ରିଲିଜ୍‌ ହୋଇଛି।

Also Read: ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି ରାହୁଲ ମହାଜନଙ୍କ ଦ୍ୱିତୀୟ ପତ୍ନୀ ଡିମ୍ପି ଗାଙ୍ଗୁଲି, ସେୟାର କଲେ ଫଟୋ

WCW 11

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

17 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

28 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

39 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago