ମନୋରଂଜନ

ବକ୍ସ ଅଫିସରେ ରିଲିଜ ହେଲା ରବି ତେଜାଙ୍କ ସିନେମା ରାବଣାସୁର, ପ୍ରଥମ ଦିନରେ ୯ କୋଟିର ବ୍ୟବସାୟ

କେନ୍ୟୁଜ୍‌(ବ୍ୟୁରୋ) : ବକ୍ସ ଅଫିସରେ ରିଲିଜ ହୋଇଛି ରବି ତେଜା ଅଭିନୀତ ଫିଲ୍ମ ରାବଣାସୁର । ପ୍ରଥମ ଦିନରେ ହିଁ ଏହି ସିନେମା ୯ କୋଟିର ବ୍ୟବସାୟ କରିଛି । ଏହି ଫିଲ୍ମରେ କ୍ରାଇମ ସହ ଥ୍ରିଲର ରହିଛି । ଏହାସହ ଏଥିରେ ଅନେକ ଭାଓଲେଣ୍ଟ କଣ୍ଟେଣ୍ଟ ରହିଥିବାରୁ ଏହାକୁ ଏ – ସାର୍ଟିଫିକେଟ ମିଳିଛି । ଏହି ସିନେମା ପ୍ରତି ଲୋକଙ୍କ ପଜେଟିଭ ରିଭ୍ୟୁ ଆସିଥିବା କୁହାଯାଉଛି । ମର୍ଣ୍ଣିଂ ଓ ମେଟିନି ସୋରେ ଭଲ ବ୍ୟବସାୟ କରିଥିବା ବେଳେ ସଂଧ୍ୟାରେ ଟିକେ କମ ବ୍ୟବସାୟ କରିଛି । ସେହପରି ଗତକାଲି ଶନିବାର ଓ ଆଜି ରବିବାର ଥିବାରୁ ସିନେମା ୬ ରୁ ୮ କୋଟି ବ୍ୟବସାୟ କରିବ ବୋଲି ଆଶା କରାଯାଉଛି ।

ରବି ତେଜା ହେଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପପୁଲାର ଆକ୍ଟର । ସେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ଥ୍ରିଲର ସାଙ୍ଗକୁ କ୍ରାଇନ ସିନ ରହିଥିବା ବେଳେ ପ୍ରଥମ ଦିନରୁ ହିଁ ଏହି ସିନେମା ତାର କ୍ରେଜ ଦେଖାଇଛି । ଏହି  ସିନେମାରେ ଆକସନ ସାଙ୍ଗକୁ ଡାଇଲଗ ଓ ପଞ୍ଚ ରହିଛି । ଏହି ସିନେମାକୁ ଦର୍ଶଙ୍କ ଜବରଦସ୍ତ ସମର୍ଥନ ରହିଛି ।

ଏହି ସିନେମାକୁ ନିର୍ଦ୍ଦେଶନା ଦେଇଛନ୍ତି ସୁଧିର ବର୍ମା । ରାବଣାସୁର ଅଭିଶେକ ପିକଚର ଓ ରବି ତେଜା ଆରଟି ବ୍ୟାନରରେ ନିର୍ମିତ ହୋଇଛି । ଏହି ସିନେମାରେ ଲିଡ୍‌ ରୋଲରେ ତାମିଲ ସୁପରଷ୍ଟାର ରବି ତେଜା ନଜର ଆସିଥିବା ବେଳେ ଅନୁ ଇମାନୁଏଲ, ମେଘା ଆକାଶ, ଫରିଦା ଅବଦୁଲ୍ଲା, ଦାକଶ ନାଗରକର  ଓ ପୂଜିଥା ପୋନଡା ନଜର ଆସିଛନ୍ତି । ପୂଜିଥା ଫିମେଲ ଲିଡ୍‌ ରୋଲରେ ନଜର ଆସିଛନ୍ତି । ଏହି ସିନେମା ପାଇଁ ହର୍ଷବର୍ଦ୍ଧନ ରାମେଶ୍ୱର ମ୍ୟୁଜିକ ଓ ଗୀତସବୁ ତିଆରି କରିଛନ୍ତି ।

 

 

 

KNews Bureau

Recent Posts

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

10 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

17 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

33 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

53 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

1 hour ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

2 hours ago