ବକ୍ସ ଅଫିସରେ ରିଲିଜ ହେଲା ରବି ତେଜାଙ୍କ ସିନେମା ରାବଣାସୁର, ପ୍ରଥମ ଦିନରେ ୯ କୋଟିର ବ୍ୟବସାୟ
ବକ୍ସ ଅଫିସରେ ରିଲିଜ ହୋଇଛି ରବି ତେଜା ଅଭିନୀତ ଫିଲ୍ମ ରାବଣାସୁର । ପ୍ରଥମ ଦିନରେ ୯ କୋଟିର ବ୍ୟବସାୟ । ଏହି ଫିଲ୍ମରେ କ୍ରାଇମ ସହ ଥ୍ରିଲର ରହିଛି । ହି ସିନେମାକୁ ନିର୍ଦ୍ଦେଶନା ଦେଇଛନ୍ତି ସୁଧିର ବର୍ମା ।

କେନ୍ୟୁଜ୍(ବ୍ୟୁରୋ) : ବକ୍ସ ଅଫିସରେ ରିଲିଜ ହୋଇଛି ରବି ତେଜା ଅଭିନୀତ ଫିଲ୍ମ ରାବଣାସୁର । ପ୍ରଥମ ଦିନରେ ହିଁ ଏହି ସିନେମା ୯ କୋଟିର ବ୍ୟବସାୟ କରିଛି । ଏହି ଫିଲ୍ମରେ କ୍ରାଇମ ସହ ଥ୍ରିଲର ରହିଛି । ଏହାସହ ଏଥିରେ ଅନେକ ଭାଓଲେଣ୍ଟ କଣ୍ଟେଣ୍ଟ ରହିଥିବାରୁ ଏହାକୁ ଏ – ସାର୍ଟିଫିକେଟ ମିଳିଛି । ଏହି ସିନେମା ପ୍ରତି ଲୋକଙ୍କ ପଜେଟିଭ ରିଭ୍ୟୁ ଆସିଥିବା କୁହାଯାଉଛି । ମର୍ଣ୍ଣିଂ ଓ ମେଟିନି ସୋରେ ଭଲ ବ୍ୟବସାୟ କରିଥିବା ବେଳେ ସଂଧ୍ୟାରେ ଟିକେ କମ ବ୍ୟବସାୟ କରିଛି । ସେହପରି ଗତକାଲି ଶନିବାର ଓ ଆଜି ରବିବାର ଥିବାରୁ ସିନେମା ୬ ରୁ ୮ କୋଟି ବ୍ୟବସାୟ କରିବ ବୋଲି ଆଶା କରାଯାଉଛି ।
ରବି ତେଜା ହେଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପପୁଲାର ଆକ୍ଟର । ସେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ଥ୍ରିଲର ସାଙ୍ଗକୁ କ୍ରାଇନ ସିନ ରହିଥିବା ବେଳେ ପ୍ରଥମ ଦିନରୁ ହିଁ ଏହି ସିନେମା ତାର କ୍ରେଜ ଦେଖାଇଛି । ଏହି ସିନେମାରେ ଆକସନ ସାଙ୍ଗକୁ ଡାଇଲଗ ଓ ପଞ୍ଚ ରହିଛି । ଏହି ସିନେମାକୁ ଦର୍ଶଙ୍କ ଜବରଦସ୍ତ ସମର୍ଥନ ରହିଛି ।
ଏହି ସିନେମାକୁ ନିର୍ଦ୍ଦେଶନା ଦେଇଛନ୍ତି ସୁଧିର ବର୍ମା । ରାବଣାସୁର ଅଭିଶେକ ପିକଚର ଓ ରବି ତେଜା ଆରଟି ବ୍ୟାନରରେ ନିର୍ମିତ ହୋଇଛି । ଏହି ସିନେମାରେ ଲିଡ୍ ରୋଲରେ ତାମିଲ ସୁପରଷ୍ଟାର ରବି ତେଜା ନଜର ଆସିଥିବା ବେଳେ ଅନୁ ଇମାନୁଏଲ, ମେଘା ଆକାଶ, ଫରିଦା ଅବଦୁଲ୍ଲା, ଦାକଶ ନାଗରକର ଓ ପୂଜିଥା ପୋନଡା ନଜର ଆସିଛନ୍ତି । ପୂଜିଥା ଫିମେଲ ଲିଡ୍ ରୋଲରେ ନଜର ଆସିଛନ୍ତି । ଏହି ସିନେମା ପାଇଁ ହର୍ଷବର୍ଦ୍ଧନ ରାମେଶ୍ୱର ମ୍ୟୁଜିକ ଓ ଗୀତସବୁ ତିଆରି କରିଛନ୍ତି ।