Below header

“ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ”, ବିବାଦୀୟ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ପୁଣି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ । ତାଙ୍କଠୁ ବଡ଼ ଡକାୟତ ପୃଥିବୀରେ କେହି ନାହାନ୍ତି । ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ଜଳେଶ୍ୱର (କେନ୍ୟୁଜ): ପୁଣି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ । ତାଙ୍କଠୁ ବଡ଼ ଡକାୟତ ପୃଥିବୀରେ କେହି ନାହାନ୍ତି । ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

ପୁର୍ବରୁ ବହୁବାର ବିବାଦ ଘେରକୁ ଆସିଥିବା ବେଳେ ବାଲିଆପାଳ ଜାମକୁୁଣ୍ଡା ସରକାରୀ ଉଚ୍ଚ ବିଦ୍ଯଳୟର ସୁବର୍ଣ୍ଣ ଜୟନ୍ତୀ ଆସି ନିଜର ଅଭିଭାଷଣରେ ୟୁପିଏସସି ମାଧ୍ଯମରେ ନିଯୁକ୍ତି ପାଉଥିବା ଅଧିକାରୀ ମାନେ ଜଣେ ଜଣେ ଡକାୟତ ବୋଲି ନିଜର ଅଶାଳିନ ମନ୍ତବ୍ୟ ରଖିଛନ୍ତି । ଅଭିଭାଷଣରେ ବିଶ୍ବେଶ୍ବର କହିଛନ୍ତି ଯେ, ମୁଁ ଦିଲ୍ଲୀରେ ଯେଉଁଠି ରହୁଛି, ତା’ର ପଛପଟେ ୟୁପିଏସସି ଭବନ ରହିଛି । ସେଠାରେ ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ । ସେ ଭବନରେ ହେଉଥିବା କାର୍ଯ୍ୟକଳାପକୁ ଦେଖି ମୁଁ ଜାଣିଲି, ସର୍ବଭାରତୀୟ ସ୍ତରର ଅଧିକାରୀ ହେଉଛନ୍ତି ସବୁଠୁ ବଡ଼ ଡକାୟତ ।

ପୂର୍ବରୁ ସର୍ବଭାରତୀୟ ଅଧିକାରୀଙ୍କ ପ୍ରତି ମୋର ଏକ ଭିନ୍ନ ଧାରଣା ଥିଲା । ସେମାନଙ୍କୁ ଜ୍ଞାନୀ ବୋଲି ମୁଁ ଭାବୁଥିଲି । କିନ୍ତୁ ଏବେ ଭାବୁଛି ସେମାନେ ବଡ଼ ଡକାୟତ । ଏଇଟା ସ୍ବୀକାର କରିବାକୁ ପଡିବ। ଆଜି ବଡଲୋକଙ୍କୁ ଉତ୍ତର ନାହିଁ ଆପଣ ବଡ ଲୋକ ଭୁଲ କଲେ ଦଣ୍ଡ ନାହିଁ ସାମାନ୍ଯ କୁକୁଡା ଚୋରି କଲେ ତାଙ୍କୁ ଦଣ୍ଡ ଅଛି କିନ୍ତୁ ଯିଏ ପାହାଡ ଲୁଟିବ ତାଙ୍କୁ ଦଣ୍ଡ ନାହିଁ । ତାର କାରଣ ସେମାନେ ସେଇ ପ୍ରକାର ଛତ୍ରଛାୟା ତଳେ ରହୁଛନ୍ତି। ଏଭଳି ବକ୍ତବ୍ଯ ବାଲିଆପାଳ ପରି ଶିକ୍ଷତ ଅଞ୍ଚଳର ବିଶ୍ବେଶ୍ବର ଟୁଡୁ କହିବା ଦୁର୍ଭାଗ୍ଯ ଜନକ ବୋଲି କହିଛନ୍ତି । ସ୍କୁଲ ଛାତ୍ରଙ୍କୁ ଏଭଳି ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କି ଶିକ୍ଷା ଦେଉଛନ୍ତି ? ସବୁ ପିଲାଙ୍କ ମନରେ ସ୍ବପ୍ନ ଥାଏ ସେମାନେ ସର୍ବଭାରତୀୟ ସ୍ତରର ଅଧିକାରୀ ହେବାକୁ । କିନ୍ତୁ ପ୍ରଶାସନିକ ସ୍ତରର ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଅଧିକାରୀଙ୍କୁ ଏଭଳି ଡକାୟତ ବୋଲି ସମ୍ବୋଦନ କରିବା ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଶୋଭା ପାଉଛି କି ବୋଲି ପ୍ରଶ୍ନ ଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.