ବଢୁଛି କରୋନା ସଂକ୍ରମଣ: ପୁଡୁଚେରୀର ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ।

ଟେନ୍‌ସନ୍‌ ବଢାଇଲାଣି କୋଭିଡ୍‌ ସଂକ୍ରମଣ । ସଂକ୍ରମଣ ବୃଦ୍ଧିକୁ ନେଇ କିଛି ରାଜ୍ୟ ପୁଣି ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି । କେରଳ ପରେ ହରିଆଣା ଓ ପୁଡୁଚେରୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। କେରଳରେ ବୟସ୍କ, ବହୁବିଧ ରୋଗରେ ପୀଡ଼ିତ ଓ ଗର୍ଭବତୀ ମହିଳାଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି।

ନୂଆଦିଲ୍ଲୀ : କୋଭିଡ ସଂକ୍ରମଣ ବୃଦ୍ଧି ପରେ ଫେରିଛି ମାସ୍କ । ଟେନ୍‌ସନ୍‌ ବଢାଇଲାଣି କୋଭିଡ୍‌ ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କଟକଣା ବଢାଇଲେଣି ବିଭିନ୍ନ ରାଜ୍ୟ । ସଂକ୍ରମଣ ବୃଦ୍ଧିକୁ ନେଇ କିଛି ରାଜ୍ୟ ପୁଣି ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି । କେରଳ ପରେ ହରିଆଣା ଓ ପୁଡୁଚେରୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। କେରଳରେ ବୟସ୍କ, ବହୁବିଧ ରୋଗରେ ପୀଡ଼ିତ ଓ ଗର୍ଭବତୀ ମହିଳାଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି।

ରାଜ୍ୟରେ କୋଭିଡ୍ ପରିସ୍ଥିତି ଆକଳନ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ କରିବା ପରେ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ମଧୁମେହ ଭଳି ପୁରାତନ ରୋଗ ଥିବା ବ୍ୟକ୍ତିମାନେ କୋଭିଡ୍ ସଙ୍କ୍ରମଣଜନିତ ମୃତ୍ୟୁର ସରବ୍ୟ ହେଉଛନ୍ତି। ତେଣୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ଗଚ୍ଛିତ ରଖିବା ଲାଗି ସେ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା, ପୁଡୁଚେରୀ ମଧ୍ୟ ସର୍ବସାଧାଣ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛି। ଡାକ୍ତରଖାନା, ହୋଟେଲ୍, ରେସ୍ତୋରାଁ, ମଦ ଦୋକାନ, ଅତିଥି ଭବନ, ମନୋରଞ୍ଜନ କ୍ଷେତ୍ର, ସରକାରୀ କାର୍ଯ୍ୟାଳୟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କରେ ମାସ୍କ୍ ପରିଧାନ ବାଧ୍ୟତାମୂଳକ ବୋଲି ଜାରି କରାଯାଇଥିବା ବିବୃତିରେ ସୂଚନା ଦିଆଯାଇଛି।

କୋଭିଡ୍‌ ମୁକାବିଲା ପ୍ରସ୍ତୁତି ନେଇ ସୋମବାର ଓ ମଙ୍ଗଳବାର ସାରା ଦେଶରେ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହେବ। ଏପଟେ ଦୁଇ ଦିନ ପରେ ଦୈନିକ ସଂକ୍ରମଣ ୬ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ୫ ହଜାର ୩୫୬ ସଂକ୍ରମିତ ହୋଇଛନ୍ତି। ଆକ୍ଟିଭ କେସ୍‌ ସଂଖ୍ୟା ରହିଛି ୩୨ ହଜାର ୮୧୪। ଗୋଟିଏ ଦିନରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।