ମନୋରଂଜନ

Indian Idol 13 ଟାଇଟଲ ବାଜି ମାରିଲେ ଅଯୋଧ୍ୟାର ରିଷି ସିଂ, ଟ୍ରଫି ସହିତ ଜିତିଲେ ୨୫ ଲକ୍ଷ ଟଙ୍କା ଏବଂ କାର

ଇଣ୍ଡିଆନ ଆଇଡଲ ୧୩ ଶୋର ବିଜେତା ହୋଇଛନ୍ତି ରିଷି ସିଂ । ରିଷିଙ୍କୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ଏବଂ ଏକ କାର ପୁରସ୍କାର ବାବଦରେ ମିଳିଥିଲା । ଉତ୍ତରପ୍ରଦେଶ ଅଯୋଧ୍ୟାର ରିଷି ସିଂ କଲିକତାର ଦେବୋସ୍ମିତା ରୟଙ୍କୁ ହରାଇ ଟାଇଟଲ ବାଜି ମାରିନେଇଥିଲେ ରିଷି । ପ୍ରଥମ ରନର୍ସ ଅପ୍‌ ଭାବେ ଦେବୋସ୍ମିତା ରୟ ଏବଂ ଦ୍ୱିତୀୟ ରନର୍ସ ଅଫ୍‌ ଭାବେ ଜମ୍ମୁ କାଶ୍ମୀର ଚିରାଗ କୋଟଓ୍ଵାଲ ରହିଥିଲେ ।

ଅଯୋଧ୍ୟାରେ ରହୁଥିବା ରିଷି ଛୋଟ ବେଳରୁ ଗୀତ ଲେଖିବା ଏବଂ ଗାଇବାର ସଉକ ରଖିଥିଲେ । ରିଷି ଡେରାଡୁନର ହିମାଗିରି ଜୀ ୟୁନିଭରସିଟିରେ ପଢା ସାରିବା ପରେ ଗୀତ ପ୍ରତି ଅଧିକ ରୁଚି ଦେଖାଇଥିଲେ । ତେବେ ବିଜେତା ହେବା ପରେ ରିଷି କହିଛନ୍ତି, ‘ମୋ ସ୍ୱପ୍ନ ଆଜି ପୂରଣ ହୋଇଛି । ବିଜେତା ଭାବେ ମୋ ନାଁ ଘୋଷଣା କରାଯିବା ବେଳେ ମୋତେ ବିଶ୍ୱାସ ହେଉନଥିଲା । ଏହି ଶୋ ଜିତିବା ମୋ ପାଇଁ ଗର୍ବର ବିଷୟ । ଆଉ ଏଥିପାଇଁ ମୁଁ ଚ୍ୟାନେଲ, ଜଜ, ଇଣ୍ଡିଆନ ଆଇଡଲ ଏବଂ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଉଛି ।

ରିଷିଙ୍କ ସହିତ ଦେବୋସ୍ମିତା ରୟ, ଚିରାଗ କୋତଓ୍ଵାଲ, ବିଦିପ୍ତା ଚକ୍ରବର୍ତ୍ତୀ, ଶିବମ ସିଂ ପ୍ରମୁଖ ଫାଇନାଲରେ ରହିଥିଲେ । କେବଳ ଏତିକି ନୁହେଁ, ରିଷିଙ୍କୁ ସୋନୀ ମ୍ୟୁଜିକ ଇଣ୍ଡିଆ ସହିତ ରେକର୍ଡିଂ କଣ୍ଟ୍ରାକ୍ଟ ମଧ୍ୟ ମିଳିଥିଲା । ଏହି ଶୋକୁ ନୋହା କକ୍କର, ବିଶାଲ ଦଦଲାନୀ, ଏବଂ ହିମେଶ ରେଶମିୟା ଜଜ୍‌ କରୁଥିଲେ । ଏହି ଶୋକୁ ଆଦିତ୍ୟ ନାରାୟଣ ହୋଷ୍ଟ କରୁଥିଲେ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago