ମନୋରଂଜନ

ମଙ୍ଗଳସୂତ୍ରର ବିଜ୍ଞାପନ କରି ଏମିତି ଟ୍ରୋଲ ହେଲେ ସବ୍ୟସାଚୀ, ସୋସିଆଲ ମିଡିଆରେ ଭାଇରଲ ହେଉଛି ଫଟୋ

ବିଭିନ୍ନ ସୋସିଆଲ ମିଡିଆରେ ଟ୍ରୋଲିଙ୍ଗ ଓ ବୟକଟ ଧାରା ଯେମିତି କିଛି ଦିନ ହେବ ଜାରି ରହିଛି । ବିଭିନ୍ନ ବ୍ରାଣ୍ଡ ତଥା କମ୍ପାନୀ ଗୁଡିକ ନିଜ ନିଜ ପ୍ରଡକ୍ଟକୁ ପ୍ରମୋଟ କରିବା ପାଇଁ ତରିକରେ କଣ୍ଟେଣ୍ଟ ବନାଇ ଛାଡ଼ୁଛନ୍ତି । କିଛିକୁ ଲୋକେ ପସନ୍ଦ କରୁଥିବା ବେଳେ କିଛି ଗୁଡିକୁ ନେଇ ବିବାଦ ଘନଉଛି । ନିକଟରେ ପ୍ରସିଦ୍ଧ ଫ୍ୟାସନ ଡିଜାଇନର ସବ୍ୟସାଚୀ ନିଜର ନୂଆ କଲେକ୍ସନକୁ ନେଇ ଟ୍ରୋଲିଙ୍ଗର ଶିକାର ହୋଇଛନ୍ତି । ଯେବେକି ସବ୍ୟସାଚୀଙ୍କ କଲେକ୍ସନ ସମସ୍ତଙ୍କୁ ପସନ୍ଦ ଆସିଛି । ବିଭିନ୍ନ ପ୍ରଡକ୍ଟକୁ କିଛିଟା ଭିନ୍ନ ଅନ୍ଦାଜରେ ପ୍ରମୋଟ କରନ୍ତି ସବ୍ୟସାଚୀ । ନିକଟରେ ସବ୍ୟସାଚୀ ନିଜେ ଡିଜାଇନ କରିଥିବା ମଙ୍ଗଳସୂତ୍ରକୁ ଭିନ୍ନ ଅନ୍ଦାଜରେ ଲଞ୍ଚ କରିଛନ୍ତି । ଏଥିରେ ସେ କିଛି ଫଟୋ ସେୟାର କରିଛନ୍ତି । ମଙ୍ଗଳସୂତ୍ର ଗୁଡିକରେ ଖୁବ ସୁନ୍ଦର ଡିଜାଇନ କରାଯାଇଛି । ଫଟୋ ଗୁଡିକୁ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତିକି, ଏକ ରୟାଲ ବେଙ୍ଗଲ ମଙ୍ଗଳସୂତ୍ର ୧.୨ ବଙ୍ଗାଲ ଟାଇଗର ଆଇକନ vvs ହିରୋ, କଳା ଗୋମେଦ ଓ କଳା ତାମଚୀନୀ ସହ ୧୮ କ୍ୟାରେଟ ସୁନା ହାରର ଝୁମକା ଓ ସିଗାରେଟ ରିଙ୍ଗସର କଲେକ୍ସନ” ।

ଗୋଟେ ପଟରେ କିଛି ଜଣ ସବ୍ୟଙ୍କ ମଡର୍ଣ୍ଣ ଚିନ୍ତାଧାରାର ପ୍ରସଂଶା କରିଥିବା ବେଳେ କିଛି ଜଣ ସବ୍ୟସାଚୀଙ୍କ ଏହି ଚିନ୍ତାଧାରାକୁ ଜବରଦସ୍ତ ଟ୍ରଲ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତିକି, ” ସବ୍ୟସାଚୀଙ୍କ ଠାରୁ ଏମିତି ବିଜ୍ଞାପନ ଆଶା କରାଯାଉନଥିଲା” । ଯେବେକି ଜଣେ ଲେଖିଛନ୍ତିକି, “ଏମିତି ବିଜ୍ଞାପନ କରି ଆପଣ ଅଣ୍ଡରଗାର୍ମେଣ୍ଟର ବିଜ୍ଞାପନ କରୁଛନ୍ତି” । ଯେବେକି ଜଣେ ୟୁଜର ଲେଖିଛନ୍ତିକି ଆପଣ ଯେମିତି ଦେଖେଇଛନ୍ତି ସେମିତି କିଏ ବି ପିନ୍ଧିବେ ନାହିଁ । ଅବଶ୍ୟ ସବ୍ୟସାଚୀଙ୍କ ପାଇଁ ଏମିତି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ବି ଅନେକ ଥର ସବ୍ୟ ଟ୍ରୋଲିଙ୍ଗର ଶିକାର ହୋଇଯାଇଛନ୍ତି । କିଛି ଦିନ ତଳେ ସେ ଏଚ ଏଣ୍ଡ ଏମ ସହ ମିଶହିଁ ଏକ ନୂଆ କଲେକ୍ସନ ଲଞ୍ଚ କରିଥିଲେ । ଏହି କଲେକ୍ସନ ମାତ୍ର କିଛି ମିନିଟରେ ବିକ୍ରି ହୋଇଯାଇଥିଲା । ଯଦିବା ଏହାକୁ ନେଇ ସବ୍ୟସାଚୀଙ୍କୁ ଟ୍ରଲ ହେବାକୁ ପଡିଥିଲା । ସବ୍ୟସାଚୀଙ୍କ ପ୍ରଡକ୍ଟ ଗୁଡିକୁ ଅନେକ ଥର ବୟକଟ କରିସାରିଛନ୍ତି |

 

KNews Bureau

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

23 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

24 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

31 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

57 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

2 hours ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago