ମନୋରଂଜନ

ବିବାଦୀୟ ମନ୍ତବ୍ୟ ଦେଇ ଫସିଗଲେ ସାଇ ପଲ୍ଲବୀ, ଥାନାରେ ମାମଲା ରୁଜୁ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ନିଜର ଅନ୍ଦାଜ ପାଇଁ ବେଶ୍‌ ଚର୍ଚ୍ଚିତ। କିନ୍ତୁ ନିକଟରେ ଫିଲ୍ମ ବିରାଟ ପର୍ବମର ପ୍ରମୋସନ ସମୟରେ ସାଇ ଏମିତି କିଛି କହିଦେଇଛନ୍ତି, ଯାହା ପାଇଁ ବିବାଦରେ ଫସିଯାଇଛନ୍ତି। ସାଇ ବଲିଉଡ ଫିଲ୍ମ କାଶ୍ମୀର ପଣ୍ଡିତ ବିଷୟରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସାଇ ପଲ୍ଲବୀ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ଗାଈ ପାଇଁ ହେଉଥିବା ଭିଡ଼ ହିଂସା ଓ କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟାକୁ ସମାନ ବୋଲି କହିଥିଲେ। ଏହାପରେ ବିବାଦ ଉପୁଜିଥିଲା। ଆଜି ତାଙ୍କ ବିରୋଧରେ ବଜରଙ୍ଗ ଦଳର ନେତା ହାଇଦ୍ରାବାଦର ସୁଲତାନ ବଜାର ଥାନାରେ ମାମଲା ରୁଜୁ କରିଛନ୍ତି।

ସାକ୍ଷାତକାରରେ ସାଇ ପଲ୍ଲବୀ କହିଥିଲେ “ମୁଁ ନିରପେକ୍ଷ ପରିବେଶରେ ବଡ ହୋଇଛି। ମୁଁ ବାମ ପନ୍ଥୀ ଓ ଦକ୍ଷିଣ ପନ୍ଥୀ ବିଷୟରେ ଅନେକ ଶୁଣିଛି। ହେଲେ କିଏ ଠିକ୍ କିଏ ଭୁଲ ମୁଁ କହିପାରିବି ନାହିଁ।”

କାଶ୍ମୀର ଫାଇଲ୍ ଫି୍ଲ୍ମକୁ ଉଦାହରଣ ଦେଇ ସେ କହିଥିଲେ ” ଦି କାଶ୍ମୀର ଫାଇଲ ଫିଲ୍ମରେ ଦେଖାଯାଇଛି ଯେ, କାଶ୍ମୀର ପଣ୍ଡିତଙ୍କୁ କିଭଳି ହତ୍ୟା କରାଯାଇଛି। ସେହିପରି କିଛି ସମୟ ପୂର୍ବରୁ ଜଣେ ମୁସଲମାନ ଲୋକ ଗାଈ ନେଇଯାଉଥିବା ଅଭିଯୋଗରେ ତାକୁ ନିର୍ମମ ଭାବରେ ପିଟାମରା କରି ତାଙ୍କୁ ଜୟ ଶ୍ରୀ ରାମ ନାରା ଲଗାଇବାକୁ କୁହାଯାଇଥିଲା। ଇଏ ବି ଧର୍ମ ନାଁରେ ହିଂସା। ଏହି ଦୁଇ ଘଟଣାର କଣ ପ୍ରଭେଦ ରହିଛି ?”

ସାଇ ପଲ୍ଲବୀଙ୍କ ଏହି ସାକ୍ଷାତକାର ଭିଡିଓ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଇଙ୍କ ଏପରି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କମେଣ୍ଟ ଦେଖିବାକୁ ମିଳିଛି।

ଦେଖନ୍ତୁ କମେଣ୍ଟ :

Swagatika

Recent Posts

ଭୁବନେଶ୍ବରରେ କମିଲା ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ମୂଲ୍ୟ…

ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଛି ।…

14 mins ago

ରାୟଗଡ଼ାରେ ଝାଡାବାନ୍ତି ଆତଙ୍କ: ଜଣେ ମୃତ, ୪ ଗୁରୁତର

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଛି ।…

19 mins ago

ବିବାହ ପାଇଁ ସୁନା କିଣିବାକୁ ଯୋଜନା କରିଛନ୍ତି କି ? ପ୍ରଥମେ ଜାଣନ୍ତୁ ଦାମ

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

35 mins ago

ଅଧାରେ ଅଟକିଗଲା ମୌସୁମୀ: ଆହୁରି ୪ ଦିନ ତାତି, ଏ ବର୍ଷ ସିଝିବ ରଜ ପର୍ବ

ଭୁବନେଶ୍ୱର (କେନ୍ୟୁଜ): ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ । ଆହୁରି ୪ ଦିନ ତତାଇବ । ଏମିତି ଆକଳନ କରିଛି…

38 mins ago

ଜମିଜମା ବିବାଦ: ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ

ବାସୁଦେବପୁର (କେନ୍ୟୁଜ): ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ୭ ନମ୍ୱର…

56 mins ago

ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ଓ ଏକାମ୍ର କ୍ଷେତ୍ର, ଶେଷ ହେଲା ଶିବ-ପାର୍ବତୀଙ୍କ ବାହାଘର

ଭୁବନେଶ୍ୱର / ସମ୍ବଲପୁର (କେନ୍ୟୁଜ): ଆନନ୍ଦ ଉଲ୍ଲାସର ସହ ଶେଷ ହେଲା ଶିବ ପାର୍ବତୀଙ୍କ ଶୁଭ ପରିଣୟ । ମଧ୍ୟରାତ୍ରୀର…

1 hour ago