ବିବାଦୀୟ ମନ୍ତବ୍ୟ ଦେଇ ଫସିଗଲେ ସାଇ ପଲ୍ଲବୀ, ଥାନାରେ ମାମଲା ରୁଜୁ
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ନିଜର ଅନ୍ଦାଜ ପାଇଁ ବେଶ୍ ଚର୍ଚ୍ଚିତ। କିନ୍ତୁ ନିକଟରେ ଫିଲ୍ମ ବିରାଟ ପର୍ବମର ପ୍ରମୋସନ ସମୟରେ ସାଇ ଏମିତି କିଛି କହିଦେଇଛନ୍ତି, ଯାହା ପାଇଁ ବିବାଦରେ ଫସିଯାଇଛନ୍ତି। ସାଇ ବଲିଉଡ ଫିଲ୍ମ କାଶ୍ମୀର ପଣ୍ଡିତ ବିଷୟରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସାଇ ପଲ୍ଲବୀ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ଗାଈ ପାଇଁ ହେଉଥିବା ଭିଡ଼ ହିଂସା ଓ କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟାକୁ ସମାନ ବୋଲି କହିଥିଲେ। ଏହାପରେ ବିବାଦ ଉପୁଜିଥିଲା। ଆଜି ତାଙ୍କ ବିରୋଧରେ ବଜରଙ୍ଗ ଦଳର ନେତା ହାଇଦ୍ରାବାଦର ସୁଲତାନ ବଜାର ଥାନାରେ ମାମଲା ରୁଜୁ କରିଛନ୍ତି।
ସାକ୍ଷାତକାରରେ ସାଇ ପଲ୍ଲବୀ କହିଥିଲେ “ମୁଁ ନିରପେକ୍ଷ ପରିବେଶରେ ବଡ ହୋଇଛି। ମୁଁ ବାମ ପନ୍ଥୀ ଓ ଦକ୍ଷିଣ ପନ୍ଥୀ ବିଷୟରେ ଅନେକ ଶୁଣିଛି। ହେଲେ କିଏ ଠିକ୍ କିଏ ଭୁଲ ମୁଁ କହିପାରିବି ନାହିଁ।”
କାଶ୍ମୀର ଫାଇଲ୍ ଫି୍ଲ୍ମକୁ ଉଦାହରଣ ଦେଇ ସେ କହିଥିଲେ ” ଦି କାଶ୍ମୀର ଫାଇଲ ଫିଲ୍ମରେ ଦେଖାଯାଇଛି ଯେ, କାଶ୍ମୀର ପଣ୍ଡିତଙ୍କୁ କିଭଳି ହତ୍ୟା କରାଯାଇଛି। ସେହିପରି କିଛି ସମୟ ପୂର୍ବରୁ ଜଣେ ମୁସଲମାନ ଲୋକ ଗାଈ ନେଇଯାଉଥିବା ଅଭିଯୋଗରେ ତାକୁ ନିର୍ମମ ଭାବରେ ପିଟାମରା କରି ତାଙ୍କୁ ଜୟ ଶ୍ରୀ ରାମ ନାରା ଲଗାଇବାକୁ କୁହାଯାଇଥିଲା। ଇଏ ବି ଧର୍ମ ନାଁରେ ହିଂସା। ଏହି ଦୁଇ ଘଟଣାର କଣ ପ୍ରଭେଦ ରହିଛି ?”
“For me violence is wrong form of communication. Mine is a neutral family where they only taught to be a good human being. The oppress, however, should be protected. I don’t know who’s right & who’s wrong. If you are a good human being, you don’t feel one is right.”
– #SaiPallavi pic.twitter.com/o6eOuKvd2G— Hate Detector 🔍 (@HateDetectors) June 14, 2022
ସାଇ ପଲ୍ଲବୀଙ୍କ ଏହି ସାକ୍ଷାତକାର ଭିଡିଓ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଇଙ୍କ ଏପରି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କମେଣ୍ଟ ଦେଖିବାକୁ ମିଳିଛି।
ଦେଖନ୍ତୁ କମେଣ୍ଟ :
She is told total wrong
— Mahantesh Tondihal (@MahanteshTondi5) June 15, 2022
I liked #SaiPallavi.
Not any more.I never complained about her pimple filled cheeks, ugly shaped ass, bad hair styles.
But going forward I will hate her. As she tells killing a cow smuggler and killing Kashmiri Pundits are same.
She might say killing Terrorist and KP is same.
— Norbert Elekes (@N0rbertElekes) June 14, 2022