ମନୋରଂଜନ

ବହୁତ ଜଲଦି ଆଉ ଏକ ଆଇଟମ୍‌ ସଙ୍ଗରେ ନିଜର ଜଲଓ୍ଵା ଦେଖାଇପାରନ୍ତି ସାମନ୍ଥା, ଖୁବ୍‌ ହେଉଛି ଚର୍ଚ୍ଚା

ଅଲ୍ଲୁ  ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ଷ୍ଟାରର ଫିଲ୍ମ ‘ପୁଷ୍ପା’ପାଇଁ ସାମନ୍ଥା ରୂଥ୍‌ ପ୍ରଭୁ ନିଜର ହିଟ୍‌ ଗୀତ ‘ଓ ଅଣ୍ଟାଓ୍ଵା’ରେ ଜବରଦସ୍ତ ସଫଳତା ପାଇଛନ୍ତି। ଫ୍ୟାନ୍ସଙ୍କ ପ୍ରଥମ ଆଇଟମ୍‌ ସଙ୍ଗକୁ ଦେଖି ବହୁତ ଖୁସି ଅଛନ୍ତି। ତେବେ ଏହାର ସଫଳତା ପରେ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ସରପ୍ରାଇଜ୍‌ ନେଇ ଆସିପାରନ୍ତି। ଅନନ୍ୟା ପାଣ୍ଡେ ଏବଂ ବିଜୟ ଦେବରକୋଣ୍ଡାଙ୍କ ଆଗାମୀ ଫିଲ୍ମ ‘ଲାଇଗର’ରେ ସାମନ୍ଥା ନିଜର ଆଉ ଏକ ଆଇଟମ୍‌ ସଙ୍ଗ କରିପାରନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସାମନ୍ଥାଙ୍କୁ ଲାଇଗର ଫିଲ୍ମର ନିର୍ଦ୍ଦେଶକଙ୍କ ଦ୍ୱାରା ଏକ ଆଇଟମ୍‌ ସଙ୍ଗ୍‌ କରିବା ପାଇଁ କଣ୍ଟାକ୍ଟ କରାଯାଇଛି। ତେଲୁଗୁ ୩୬୦ର ଏକ ରିପୋର୍ଟରେ କୁହାଯାଇଛି ଯେ ସାମନ୍ଥା ବିଜର ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଆଗାମୀ ଫିଲ୍ମ ପାଇଁ ଆଇଟମ୍‌ ସଙ୍ଗ୍‌ କରିପାରନ୍ତି। ରିପୋର୍ଟରେ କୁହାଯାଇଛି ଯେ ଲାଇଗରର ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏକ ଏକ ଏମିତି ଆକ୍ଟ୍ରେସଙ୍କ ସନ୍ଧାନରେ ଥିଲେ ଯିଏ ବିଜୟ ଦେବରକୋଣ୍ଡାଙ୍କ ସହିତ ସ୍କ୍ରୀନ ଉପରେ ଏକଦମ୍‌ ଧମାଲ ମଚାଇବେ।

ନିର୍ଦ୍ଦେଶକ ପୁରୀ ଜଗନ୍ନାଇ ଜଣେ ଏମିତି ଆକ୍ଟ୍ରେସଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ ଯାହାଙ୍କୁ ପୂର୍ବରୁ କୌଣସି ବି ସଙ୍ଗରେ ଦେଖାଯାଇନଥିବ। ସେଥିପାଇଁ ସେ ଅନେକ ଆକ୍ଟ୍ରେସଙ୍କ ବିଷୟରେ ଭାବିଲେ କିନ୍ତୁ ‘ଓ ଅଣ୍ଟାଓ୍ଵା’ର ସଫଳତାକୁ ଦେଖି ସାମନ୍ଥା ପ୍ରଭୁଙ୍କୁ କାଷ୍ଟ କରିପାରନ୍ତି ନିର୍ଦ୍ଦେଶକ। ସାମନ୍ଥା ଯେଉଁଭଳି ଭାବେ ଏହି ଗୀତରେ ପରଫରମାନ୍ସ ଦେଇଛନ୍ତି ତାକୁ ଦେଖି ଜମା ବି ଲାଗୁନି ଏହା ତାଙ୍କର ପ୍ରଥମ ଆଇଟମ୍‌ ସଙ୍ଗ୍‌। କିନ୍ତୁ ସାମନ୍ଥା ଲାଇଗର ଫିଲ୍ମର ଆଇଟମ୍‌ ସଙ୍ଗରେ ଆସିବେ ନା ନାହିଁ ତାହା ଏଯାଏଁ କନଫର୍ମ ହୋଇନାହିଁ। କିନ୍ତୁ ଯେଉଁଭଳି ଭାବେ ଏହି ଗୀତ ହିଟ ହେଇଛି ତାକୁ ଦେଖି ଲାଗୁଛି ସାମନ୍ଥା ଆଉ ଏକ ଆଉଟମ ସଙ୍ଗରେ ଆସିପାରନ୍ତି।

Pritiparna

Recent Posts

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

20 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

32 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

41 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

54 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

57 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

1 hour ago