ବହୁତ ଜଲଦି ଆଉ ଏକ ଆଇଟମ୍ ସଙ୍ଗରେ ନିଜର ଜଲଓ୍ଵା ଦେଖାଇପାରନ୍ତି ସାମନ୍ଥା, ଖୁବ୍ ହେଉଛି ଚର୍ଚ୍ଚା
ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ଷ୍ଟାରର ଫିଲ୍ମ ‘ପୁଷ୍ପା’ପାଇଁ ସାମନ୍ଥା ରୂଥ୍ ପ୍ରଭୁ ନିଜର ହିଟ୍ ଗୀତ ‘ଓ ଅଣ୍ଟାଓ୍ଵା’ରେ ଜବରଦସ୍ତ ସଫଳତା ପାଇଛନ୍ତି। ଫ୍ୟାନ୍ସଙ୍କ ପ୍ରଥମ ଆଇଟମ୍ ସଙ୍ଗକୁ ଦେଖି ବହୁତ ଖୁସି ଅଛନ୍ତି। ତେବେ ଏହାର ସଫଳତା ପରେ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ସରପ୍ରାଇଜ୍ ନେଇ ଆସିପାରନ୍ତି। ଅନନ୍ୟା ପାଣ୍ଡେ ଏବଂ ବିଜୟ ଦେବରକୋଣ୍ଡାଙ୍କ ଆଗାମୀ ଫିଲ୍ମ ‘ଲାଇଗର’ରେ ସାମନ୍ଥା ନିଜର ଆଉ ଏକ ଆଇଟମ୍ ସଙ୍ଗ କରିପାରନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ସାମନ୍ଥାଙ୍କୁ ଲାଇଗର ଫିଲ୍ମର ନିର୍ଦ୍ଦେଶକଙ୍କ ଦ୍ୱାରା ଏକ ଆଇଟମ୍ ସଙ୍ଗ୍ କରିବା ପାଇଁ କଣ୍ଟାକ୍ଟ କରାଯାଇଛି। ତେଲୁଗୁ ୩୬୦ର ଏକ ରିପୋର୍ଟରେ କୁହାଯାଇଛି ଯେ ସାମନ୍ଥା ବିଜର ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଆଗାମୀ ଫିଲ୍ମ ପାଇଁ ଆଇଟମ୍ ସଙ୍ଗ୍ କରିପାରନ୍ତି। ରିପୋର୍ଟରେ କୁହାଯାଇଛି ଯେ ଲାଇଗରର ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏକ ଏକ ଏମିତି ଆକ୍ଟ୍ରେସଙ୍କ ସନ୍ଧାନରେ ଥିଲେ ଯିଏ ବିଜୟ ଦେବରକୋଣ୍ଡାଙ୍କ ସହିତ ସ୍କ୍ରୀନ ଉପରେ ଏକଦମ୍ ଧମାଲ ମଚାଇବେ।
ନିର୍ଦ୍ଦେଶକ ପୁରୀ ଜଗନ୍ନାଇ ଜଣେ ଏମିତି ଆକ୍ଟ୍ରେସଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ ଯାହାଙ୍କୁ ପୂର୍ବରୁ କୌଣସି ବି ସଙ୍ଗରେ ଦେଖାଯାଇନଥିବ। ସେଥିପାଇଁ ସେ ଅନେକ ଆକ୍ଟ୍ରେସଙ୍କ ବିଷୟରେ ଭାବିଲେ କିନ୍ତୁ ‘ଓ ଅଣ୍ଟାଓ୍ଵା’ର ସଫଳତାକୁ ଦେଖି ସାମନ୍ଥା ପ୍ରଭୁଙ୍କୁ କାଷ୍ଟ କରିପାରନ୍ତି ନିର୍ଦ୍ଦେଶକ। ସାମନ୍ଥା ଯେଉଁଭଳି ଭାବେ ଏହି ଗୀତରେ ପରଫରମାନ୍ସ ଦେଇଛନ୍ତି ତାକୁ ଦେଖି ଜମା ବି ଲାଗୁନି ଏହା ତାଙ୍କର ପ୍ରଥମ ଆଇଟମ୍ ସଙ୍ଗ୍। କିନ୍ତୁ ସାମନ୍ଥା ଲାଇଗର ଫିଲ୍ମର ଆଇଟମ୍ ସଙ୍ଗରେ ଆସିବେ ନା ନାହିଁ ତାହା ଏଯାଏଁ କନଫର୍ମ ହୋଇନାହିଁ। କିନ୍ତୁ ଯେଉଁଭଳି ଭାବେ ଏହି ଗୀତ ହିଟ ହେଇଛି ତାକୁ ଦେଖି ଲାଗୁଛି ସାମନ୍ଥା ଆଉ ଏକ ଆଉଟମ ସଙ୍ଗରେ ଆସିପାରନ୍ତି।
View this post on Instagram