ଗୁଗଲ ପେରେ ଦିନକୁ କେତେ ଟଙ୍କା ଟ୍ରାନ୍ସଫର କରିପାରିବେ ଜାଣନ୍ତୁ, ଲିମିଟ୍‌ ଶେଷ ପରେ ଏପରି ପଠାନ୍ତୁ ଟଙ୍କା

Google Pay ବହୁତ ପପୁଲାର UPI ବେସଡ ମନି ଟ୍ରାନ୍ସଫର ଆପ୍‌। ଗତ କିଛି ବର୍ଷରେ ଏହା ନିଜର ବହୁତ ବଡ ୟୁଜର ବେସ୍‌ ତିଆରି କରିପାରିଛି। ଗୁଗଲ ପେ ବା GPay ର ଇଣ୍ଟରଫେସ୍‌ ବହୁତ ସିମ୍ପଲ। ଖାସ୍‌ କରି ଏହି କାରଣରୁ ଅନେକ ଲୋକ ଏହି ପେମେଣ୍ଟ ଆପକୁ ୟୁଜ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଯଦି ଆମେ ଏହାର ଟ୍ରାନଜାକସନ୍‌ କଥା କହିବା ତାହେଲେ ଗୁଗଲ ପେ ସିଙ୍ଗଲ ଡେ ଟ୍ରାନଜାକସନକୁ ଲିମିଟ୍‌ କରି ରଖିଛି। ଏହାଛଡା ଆପଣ ଦିନକୁ କେତେ ଟଙ୍କା ଟ୍ରାନ୍ସଫର କରିପାରିବେ, ତାଉପରେ ବି ଗୁଗଲ ପେ ଲିମିଟ୍‌ କରି ରଖିଛି।

ଏଥିପାଇଁ ଗୁଗଲ ପେ ୟୁଜର୍ସଙ୍କୁ ଏହା ଜାଣିବା ନିହାତି ଆବଶ୍ୟକ ଯେ ଦିନକୁ କେତେ ଟଙ୍କା ଆପଣ ଗୁଗଲ ପେରେ ଟ୍ରାନ୍ସଫର କରିପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ ଡିଟେଲ୍ସରେ। Google Pay UPI ପ୍ଲାଟଫର୍ମରେ କାମ କରିଥାଏ। ଏଥିରେ ଆପଣ ରିୟଲ ଟାଇମରେ ଅନ୍ୟ ବ୍ୟକ୍ତି କିମ୍ବା ମାର୍ଚାଣ୍ଟକୁ ଟଙ୍କା ପଠାଇପାରିବେ। ଅନ୍ୟ ଜିନିଷ ଭଳି ଏହାର ମଧ୍ୟ କିଛି ଲିମିଟ୍ସ ରହିଛି।

Google Payରେ ଆପଣ ଗୋଟେ ଦିନରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇପାରିବେ। ଏଥିରେ ଗୋଟେ ଦିନରେ ଆପଣ ମ୍ୟାକ୍ସିମମ୍‌ ୧୦ ଥର ଟ୍ରାନଜାକସନ୍‌ କରିପାରିବେ। ଆପଣ ଏହି ଆପ୍‌ ଜରିଆରେ ୨୦୦୦ ଟଙ୍କାରୁ ଅଧିକ ଦିନରେ ରିକ୍ୱେଷ୍ଟ କରିପାରିବେନାହିଁ। ଟଙ୍କା ଟ୍ରାନ୍ସଫର ପାଇଁ ଜି ପେର ନିଜର ଲିମିଟ ବ୍ୟତୀତ କିଛି ବ୍ୟାଙ୍କ ଲିମିଟ୍ସ ମଧ୍ୟ ରହିଥାଏ।

goggleଏହ କାରଣରୁ ବ୍ୟାଙ୍କରେ ବାଲାନ୍ସ ରହିବା ପରେ ମଧ୍ୟ ଆପଣ GPay  ଜରିଆରେ ଟଙ୍କା ପଠାଇ ପାରନ୍ତିନାହିଁ। ଏହି ବ୍ୟାଙ୍କ ଲିମିଟ୍‌ ସବୁ ବ୍ୟାଙ୍କର ଅଲଗା ଅଲଗା ରହିଥାଏ। ବ୍ୟାଙ୍କ ଲିମିଟ ବିଷୟରେ ଜାଣିବାକୁ ଚାହିଁଲେ ଆପଣ ବ୍ୟାଙ୍କର ୱେବସାଇଟରେ ଚେକ କରି ଦେଖିପାରିବେ। ଏହାଛଡା ଯଦି ସିଷ୍ଟମର ରିକଭରୀ ଆକାଉଣ୍ଟରେ କୌଣସି ସସପିୟସ ଆକ୍ଟିଭିଟୀ ନଜର ଆସିଥାଏ ତାହେଲେ ଟ୍ରାନଜାକସନ୍‌କୁ ହୋଲଡ କରି ଏହା ବିଷୟରେ ସୂଚନା ଦେବ। ଏମିତି ଫ୍ରଡକୁ ରୋକିବା ପାଇଁ କରାଯାଏ।

ଗୁଗଲ ପେରେ ଲିମିଟ୍‌ ଶେଷ ହେବା ପରେ ଆପଣ ପରଦିନ ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ। ଏହାଛଡା ଆପଣ ଅନ୍ୟ ପେମେଣ୍ଟ ମେଥୋଡ୍‌ ଭଳି ଅନଲାଇନ୍‌ ନେଟ ବ୍ୟାକିଙ୍ଗ କିମ୍ବା NEFT ୟୁଜ କରିପାରିବେ। ଗୁଗଲ ପେ ୟୁପିଆଇ ଲିମିଟକୁ ବଢ଼ିବାର କୌଣସି ସହଜ ତରିକା ନାହିଁ। ଯଦି ଆପଣଙ୍କ ବିଜନେସ୍‌ ଏହା ଉପରେ କାମ କରୁଥାଏ ତାହେଲେ ଆପଣ କଷ୍ଟମର କେୟାରକୁ କଲ୍‌ କରି ଲିମିଟ ବଢ଼ାଇବା ପାଇଁ ରିକ୍ୱେଷ୍ଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.