ଭାମିକାର ଭାଇରାଲ୍ ଫଟୋକୁ ନେଇ ମୁହଁ ଖୋଲିଲେ ଅନୁଷ୍କା ଶର୍ମା ଓ ବିରାଟ କୋହଲି

ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେଉଛି। ରବିବାର ଦିନ ଅନୁଷ୍କା ତାଙ୍କ ଝିଅ ସହିତ ଷ୍ଟାଡିୟମରେ ପହଞ୍ଚିଥିଲେ ଏବଂ ବିରାଟ ୫୦ କରିଥିବା ନେଇ ସେ ଖୁସି ହୋଇ ତାଳି ମାରୁଥିବାର ଦେଖିବାକୁ ମିଳୁଥିଲା ପୁଣି ତାଙ୍କ ସହ ଝିଅ ଭାମିକା ମଧ୍ୟ ଥିଲା । ଭାମିକାର ଭିଡ଼ିଓ ଓ ଫଟୋ ମଧ୍ୟ ଉତ୍ତୋଳନ କରାଯାଇଥିଲା ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

Anushka  virat post
Picture Credit – Instagram

ତେବେ ପ୍ରଥମ ଥର ପାଇଁ ଭାମିକାର ଫଟୋ ଦେଖିବାକୁ ମିଳିଥିଲା। ତେଣୁ ଏହି ଫଟୋ ଭାଇରାଲ ହେବାକୁ ନେଇ ଏବେ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏମିତିକି ବିରାଟ କୋହଲି ମଧ୍ୟ ନିଜ ଝିଅର ଫଟୋକୁ ନେଇ ମୁହଁ ଖୋଲିଛନ୍ତି। ଏହା ପୂର୍ବରୁ ତାଙ୍କ ଝିଅର ଫଟୋ ନ ଉଠାଇବା ପାଇଁ ସେ ଫଟୋଗ୍ରାଫରଙ୍କୁ ନିବେଦନ କରିଥିଲେ।

ଏତେ ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ବିରାଟ ଓ ଅନୁଷ୍କା କହିଛନ୍ତି ଯେ ଆମେ ଏ ବିଷୟରେ ଅବଗତ ନଥିଲୁ ଯେ କ୍ୟାମେରା ପର୍ସନ ଝିଅର ଫଟୋ ଓ ଭିଡ଼ିଓ ନେଇଛନ୍ତି ବୋଲି। ତେଣୁ ଆଗକୁ ଏପରି ନ ହେବା ଉଚିତ୍ । ଆପଣମାନେ ଆମ ନିଷ୍ପତିକୁ ସମ୍ମାନ ଦେବେ ବୋଲି ଆଶା କରୁଛୁ। କାରଣ ଭାମିକା ଏବେ ବହୁତ୍ ଛୋଟ ଅଛି। ତାକୁ ତାର ଚାଇଲ୍ଡହୁଡ୍ ଏଞ୍ଜୟ କରିବାକୁ ଦିଅନ୍ତୁ। କିଛି ଜିନିଷ ବ୍ୟକ୍ତିଗତ ଭାବେ ରହିବା ଉଚିତ୍। ଏପରି ଲେଖି ସେମାନେ ସୋସିଆଲ ମିଡ଼ିଆ ଇଂସ୍ତାଗ୍ରାମରେ ଷ୍ଟୋରୀ ପୋଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.