ମୁମ୍ବାଇ : ଅଜୟ ଦେବଗନଙ୍କ ଫିଲ୍ମ ‘ଶିବାୟ’ରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ସାୟେଶା ସେହଗଲ୍ ଖୁବ୍ ଶୀଘ୍ର ହେବାକୁ ଯାଉଛନ୍ତି ଦୁଲହନ୍। ଆଜ୍ଞା ହଁ, ଅଭିନେତ୍ରୀ ପ୍ରସିଦ୍ଧ ତାମିଲ ଅଭିନେତା ଆର୍ୟ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି। ସାୟେଶା ହେଉଛନ୍ତି ଅଭିନେତ୍ରୀ ସାୟେରା ବାନୁ ଏବଂ ଦିଲିପ କୁମାରଙ୍କ ନାତୁଣୀଝିଆରୀ। କୁହାଯାଉଛି ସାୟେଶା ଇସଲାମ୍ ରୀତିରେ ବିବାହ କରିବେ।
ସାୟେଶା ଏବଂ ଆର୍ୟ୍ୟଙ୍କ ବିବାହ ମାର୍ଚ୍ଚ ୧୦ତାରିଖରେ ହାଇଦ୍ରାବାଦରେ ହେବ। ଏହାପରେ ପରିବାରଲୋକ ଏବଂ ବନ୍ଧୁ ବାନ୍ଧବଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦିଆଯିବ। ସାୟେଶା ଏବଂ ଆର୍ୟ୍ୟଙ୍କ ସାକ୍ଷାତ ୨୦୧୮ରେ ‘ଗଜନୀକାନ୍ତ’ର ସୁଟିଂସେଟରେ ହୋଇଥିଲା ଏବଂ ଏହାପରଠୁ ଦୁହେଁ ରିଲେସନସିପରେ ଥିଲେ।
ସାୟେଶା ଅଭିନେତା-ନିର୍ମାତା ସୁମିତ ସେହଗଲ୍ ଏବଂ ଅଭିନେତ୍ରୀ ଶାହୀନ ବାନୋଙ୍କ ଝିଅ। ସାୟେଶା ଏବଂ ଆର୍ୟ୍ୟ ଏବେ ‘କାପ୍ପନ’ ଫିଲ୍ମର ସୁଟିଂରେ ବ୍ୟସ୍ତ ।
ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…